ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କଡା ନିଶାନା କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡିଶା ୧ ନମ୍ବର ହେବ।। ଓଡିଶାକୁ ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି। ହତ୍ୟା, ରେପ, କିଡନାପରେ ଓଡିଶା ୧ ନମ୍ବର ହୋଇଛି। ହିଞ୍ଜିଳି, କଣାସ, ଢେଙ୍କାନାଳ ଘଟଣା ପରେ ବାଲିଅନ୍ତା ଘଟଣା ଅତି ବିଭତ୍ସ ବୋଲି କହିଛନ୍ତି ବିଡେଜି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଏ ଦୃଶ୍ୟ ଛାତି ଥରାଇ ଦେଲା ଭଳି। ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି। ଓଡିଶା କଣ ୟୁପି ନା ବିହାର ହେଇଗଲା। ପୋଲିସ ଉପସ୍ଥିତିରେ ହତ୍ୟା ହେଉଛି। ପୋଲିସକୁ ଜଣାଇକି ବି ହତ୍ୟା ହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନଶିଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।

ଏହା ସହ ସେ କହିଛନ୍ତି- ରାଜ୍ୟକୁ କେବଳ ଜଗନ୍ନାଥ ଭରସା। ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର। ଅସୁରକ୍ଷିତ ରାଜ୍ୟରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ। ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ। ସରକାର ଆସହାୟ ସାଧାରଣ ଲୋକ କଣ କରିବେ। ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ।