ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ସାଙ୍ଗଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି | ପୀଡିତାଙ୍କ ସାଙ୍ଗକୁ ଭେଟିବା ପରେ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ଯେ ଦୁଇ ପୀଡ଼ିତା ସୁସ୍ଥ ଅଛନ୍ତି ଆଉ ଏହି ଘଟଣାର ନିରପେକ୍ଷ ତଦନ୍ତ ହେବ | ଅନ୍ୟପଟେ ବାଲିଅନ୍ତା ରେ କଟକ ଜିଆରପି କନେଷ୍ଟବଳ ସୌମ୍ୟ ରଂଜନ ସ୍ବାଇଁକୁ ପିଟି ପିଟି ହତ୍ୟା ଘଟଣାକୁ ନେଇ ଓଡ଼ିଶା ପୋଲିସ ମହାସଂଘ ତୀବ୍ର ନିନ୍ଦା କରିଛି।
