
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବୀରଭୂମ ହିଂସାକାଣ୍ଡରେ ରହିଛି ଓଡ଼ିଶା ଲିଙ୍କ । ଓଡ଼ିଶା ଲିଙ୍କ ନେଇ ତଦନ୍ତ ପାଇଁ ଟ୍ୱିନ ସିଟିରେ ଏନଆଇଏ ଟିମ୍ ପହିଞ୍ଚିଛି । ହିଂସାକାଣ୍ଡ ଘଟଣାରେ ଭୁଵନେଶ୍ବରରୁ ୨ଜଣଙ୍କୁ ଏନ୍ଆଇଏ ଟିମ୍ ଅଟକ ରଖିଥିବା ସୂଚନା ମିଳିଛି । କଟକରେ ମଧ୍ୟ ଏନଆଇଏ ଟିମ ଛାନଭିନ୍ କରିଛି ।
ସେପଟେ ଵୀରଭୂମ ହିଂସାକାଣ୍ଡ ଘଟଣାରେ ଆଠ ଜଣଙ୍କୁ ପୋଡି ମାରି ଦିଆଯାଇଥିଲା । ଏନଆଇଏ ବା ନେସନାଲ ଇନଭେଷ୍ଟିଗେସନ ଟିମ୍ ଏହାର ତଦନ୍ତ କରୁଛି । ସାଧାରଣତଃ ଆତଙ୍କବାଦୀ କାର୍ୟ୍ୟକଳାପର ତଦନ୍ତ କାର୍ୟ୍ୟ ଏନଆଇଏ କରିଥାଏ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।