ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ: ଗଣେଶ୍ୱର ବେହେରା-ଉପସଭାପତି, ସତ୍ୟ ପ୍ରକାଶ ନାୟକ ହେଲେ ସାଧାରଣ ସମ୍ପାଦକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ୱାରା ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଦ୍ୱାରା ଜାରି ତାଲିକା ଅନୁସାରେ, ୧୨ ଜଣ ଉପ ସଭାପତି, ୨୦ଜଣ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି ଦଳ । ଏହା ବ୍ୟତୀତ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟ ପଦ ପଦବୀ ନେଇ ମଧ୍ୟ ଦଳ ନିଯୁକ୍ତି ଦେଇଛି । ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟିର ୧୨ଜଣ ଉପସଭାପତି ହେଉଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୁଜବଳ ମାଝୀ, ଯଜେ୍ଞଶ୍ୱର ବାବୁ, ନକୁଳ ନାୟକ, ଦେବାଶୀଷ ପଟ୍ଟନାୟକ, ସଦନ ନାୟକ, ରତ୍ନମଣି ଉଲାକା ଓ ସସ୍ମିତା ବେହେରା ରହିଛନ୍ତି। 

ସେହିଭଳି ସାଧାରଣ ସମ୍ପାଦକ ଭାବେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରନ୍ଦିମ୍ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦ ମହାପାତ୍ର, ବିଶ୍ୱ ଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରୟ, ଆଲୋକ ମିଶ୍ର, ଅର୍ସ ଅଲ୍ଲୀ, ସତ୍ୟଶିବ ଦାସ, ଅଶୋକ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିପରି ସମ୍ପାଦକ ଭାବେ ବିପ୍ଳବ ଚୌଧୁରୀ, ହେମରାଜ ବାଗ୍, ମନୀଷ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରୀୟଜିତ୍ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସନାତନ ମିଶ୍ର, ଅର୍ଚ୍ଚନା ନନ୍ଦି, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝି, ଶଶି ଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ୱାଳ, ପ୍ରଭାକର ମହାପାତ୍ର, ହୁସେନ ଖାନ୍, ଦୁଲାଲ୍ ପ୍ରଧାନ, ଶ୍ରୂୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମିୟ ପାଣ୍ଡବ, ଦୁର୍ଗା ପାଢ଼ି, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଞ୍ଚଳଗିରି ଉଲାକା, କୃଷ୍ଣ ଚନ୍ଦ୍ର ନେପାକ୍,ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାଶ ମୁଖୀ, ସୁର୍ଯ୍ୟକାନ୍ତ ବାଗ, ସରୋଜ ପ୍ରଧାନ, ବିଜନ ନାୟକଙ୍କୁ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି ।

Related Posts