ନବୀନଙ୍କ ପାଇଁ ଖାସ୍ ହେଉଛନ୍ତି ଅଚ୍ୟୁତ, କନ୍ଧମାଳର ସାଂସଦ ତଥା ଦଳୀୟ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ନୁହଁନ୍ତି।

ନବୀନଙ୍କ ପାଇଁ ଖାସ୍ ହେଉଛନ୍ତି ଅଚ୍ୟୁତ, କନ୍ଧମାଳର ସାଂସଦ ତଥା ଦଳୀୟ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ନୁହଁନ୍ତି। ଅଚ୍ୟୁତ ପାଇଁ ଶ୍ରଦ୍ଧା ଏତେ ଯେ ଦଳର ଜଣେ ମହିଳା ନେତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଦେବାକୁ ପଛେଇଲେ ନାହିଁ ନବୀନ। ବରଂ ଦଳରେ ଏବଂ କନ୍ଧମାଳରେ ବିଦ୍ରୋହ ହେଇଯାଉ କିନ୍ତୁ ଅଚ୍ୟୁତଙ୍କୁ ଟିକେଟ ମିଳିବା ଥୟ। ଗତଥରର କନ୍ଧମାଳ ସାସଂଦ ଥିବା ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ଏଥର ମଧ୍ୟ ଟିକେଟ୍ ଆଶାୟୀ ଥିଲେ,କିନ୍ତୁ ଏଥର ତାଙ୍କ ବଦଳରେ ଦଳ ବର୍ତ୍ତମାନର ରାଜ୍ୟସଭା ସାସଂଦ ଥିବା ଅଚ୍ୟୁତ ସାମନ୍ତଙ୍କୁ ଟିକେଟ୍ ଦେଇଛି ।
କନ୍ତୁ ବର୍ତ୍ତମାନ ସେଠାରେ ଅଚ୍ୟୁତଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । ନବୀନ ବାବୁ ଯେଉଁ ୩୩ ପ୍ରତିଶତ ମହିଳା ସଂରକ୍ଷଣର କଥା କହିଥିଲେ, କନ୍ଧମାଳରେ କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଛି । ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଭଳି ଜଣେ ଟାଣୁଆ ନେତ୍ରୀ ଦୀର୍ଘଦିନ ହେଲା ବିଜେଡିରେ ରହି ଆସିଥିଲେ ମଧ୍ୟ ଅଚ୍ୟୁତଙ୍କୁ ସେଠାରୁ ବାଛିବା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ଏପଟେ ଦଳରୁ ଟିକେଟ୍ ନପାଇବା ଫଳରେ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପି ମୁହାଁ ବୋଲି ଶୁଣିବାକୁ ମିଳିଛି ।ଦଳର ବରିଷ୍ଠ ନେତାଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି ଯଦି ଦଳ ତାଙ୍କୁ ଗ୍ରହଣ କରେ ସେ କନ୍ଧମାଳରୁ ଅଚ୍ୟୁତଙ୍କ ବିପକ୍ଷରେ ସାସଂଦ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି ।

Related Posts