ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଥା ହେଲେ , ଲୋକଙ୍କୁ ମିଳୁଥିବା ସେବା ବାବଦରେ ପଚାରିବୁଝିଲେ ନବୀନ ପଟ୍ଟନାୟକ

ରାଜ୍ୟରେ “ମୋ ସରକାର” କାର୍ଯ୍ୟକ୍ରମ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲା ଆଇଆଇସିଙ୍କୁ ସହ କଥା ହୋଇ ୫ଟିରେ ଭଲ କାମ କଲେ ପଦୋନ୍ନତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

ଆଜି ଲୋକସେବା ଭବନରେ “ମୋ ସରକାର” କାର୍ଯ୍ୟକ୍ରମ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ “ମୋ ସରକାର” କାର୍ଯ୍ୟକ୍ରମ । ଏହି ପ୍ରସ୍ତୁତି ବୈଠକରେ  “ମୋ ସରକାର” କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି ।

ଆଜି ବିଭିନ୍ନ ଜିଲ୍ଲାର ୬୩୫ଟି ଥାନା ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସିରେ ଆଲୋଚନା କରି “ମୋ ସରକାର” କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଏହା ସହ ସେ ଥାନାରୁ ଲୋକଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଛନ୍ତି । “ମୋ ସରକାର” କାର୍ଯ୍ୟକାରିତା ନେଇ ଏହି ବୈଠକରେ ଆଇଆଇସିଙ୍କୁ ଅବଗତ କରାଯାଇଛି । 5Tରେ ଭଲ କାମ କରିଲେ ଆଇଆଇସିଙ୍କୁ ଆଗୁଆ ପଦୋନ୍ନତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Related Posts