ପୁଣି ବିଜେଡିକୁ ଝଟକା, ଦଳ ଛାଡିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ

ବିଜେଡିକୁ ଘାରିଛି ନେତା ଓ କର୍ମୀଙ୍କ ଦଳ ଛାଡିବାର ଭୟ । ଟିକେଟ୍ ଆଶାୟୀ ଥିବା ପ୍ରାର୍ଥୀ ତଥା ଦଳର ବହୁ ପୁରୁଣା ନେତାଙ୍କୁ ଟିକେଟ୍ ନମିଳିବାରୁ ଜଣେ ପରେ ଜଣେ ନେତାଙ୍କ ଦଳ ଛାଡିବା ଆଗାମି ନିର୍ବାଚନରେ ବିଜେଡିକୁ ଅସୁବିଧାରେ ପକାଇପାରେ । ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଏଥର ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କରିଛି ଯାହାକୁ ନେଇ ତବ୍ର ଅସନ୍ତୋଷ ପ୍ରକାଶ କରଛନ୍ତି ବିଜେଡିର ପୂର୍ବତନ ବିଧାୟକ କେ.ନାରାୟଣର ରାଓ । ସେ ଟିକେଟ୍ ପାଇବାକୁ ଆଶାବାଦି ଥିଲେ କିନ୍ତୁ ତାଙ୍କ ସ୍ଥାନରେ କଲ୍ୟାଣୀ ଗଜପତିଙ୍କୁ କେଉଁ ପରିସ୍ତିତିରେ ଦଳ ଚୟନ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ତାଙ୍କର ୬୦ ରୁ ଉର୍ଦ୍ଧ ସାଧାରଣ କର୍ମୀ ଓ ସମର୍ଥକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

Related Posts