ଦେଶର ୨୪ଟି ବିଶ୍ବବିଦ୍ୟାଳୟ ନକଲି ଓଡ଼ିଶାରୁ ଦୁଇ, ସର୍ବାଧିକ ୟୁପିରୁ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରତିବର୍ଷ ପରି ଏଥର ମଧ୍ୟ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସୂଚନା ଦେଇଛନ୍ତି। ଏହି ତାଲିକାରେ ଦେଶର ୨୪ଟି ବିଶ୍ବବିଦ୍ୟାଳୟ ନାଁ ରହିଥିବା ବେଳେ ଦୁଇଟି ନିୟମ ଉଲ୍ଲଂଘନ କରିଥିବା କୁହାଯାଇଛି। ସେଥି‌ରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିକୁ ୟୁଜିସି ନକଲି ବୋଲି ଦର୍ଶାଇଛି।

ଛାତ୍ର, ଅଭିଭାବକ, ସାଧାରଣ ଜନତା ଏବଂ ଇଲେକ୍ଟ୍ରୋନିକ୍ ପ୍ରିଣ୍ଟ ମିଡିଆ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି UGC ୨୪ଟି ନକଲି ବିଶ୍ୱବିଦ୍ୟାଳୟ ଘୋଷଣା କରିଛି।

“ଏହା ବ୍ୟତୀତ ଭାରତ ଶିଖ୍ ପରିଷଦ,ଲକ୍ଷ୍ନୌ, ୟୁପି ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍), କୁତୁବ୍ ଏନକ୍ଲେଭ୍, ନୂଆଦିଲ୍ଲୀ ମଧ୍ୟ UGC ଅଧିନିୟମ, 1956 ର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶରେ ସର୍ବାଧିକ ଆଠଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ବାରଣାସୀୟା ସଂସ୍କୃତ ବିଶ୍ବବିଦ୍ୟାଳୟ, ବାରାଣାସୀ; ମହିଳା ଗ୍ରାମ ବିଦ୍ୟାପୀଠ, ଆହ୍ଲାବାଦ; ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ଆହ୍ଲାବାଦ; ନ୍ୟାସନାଲ ୟୁନିଭରସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, କାନପୁର; ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭରସିଟି ଓପନ୍ ୟୁନିଭରସିଟି, ଆଲିଗଡ; ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ, ମଥୁରା; ମହାରାଣା ପ୍ରତାପ ଶିଖ୍ ନିକେତନ ବିଶ୍ୱବିଦ୍ୟାଳୟ , ପ୍ରତାପଗଡ ଏବଂ ଇନ୍ଦ୍ରପ୍ରସ୍ଥ ଶିଖ୍ ପରିଷଦ, ନୋଏଡା ।

ଦିଲ୍ଲୀରେ ସାତଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଛି – କମରସିଆଲ୍ ୟୁନିଭରସିଟି ଲିମିଟେଡ୍, ୟୁନାଇଟେଡ୍‌ ନେସନସ୍‌ ୟୁନିଭରସିଟି, ଭୋକେସନାଲ ୟୁନିଭରସିଟି, ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭରସିଟି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମା ଓପନ ୟୁନିଭରସିଟି ଫର ସେଲ୍ଫ ଏମ୍ପ୍ଲଏମେଣ୍ଟ,।

ସେହିପରି ପଶ୍ଚିମବଙ୍ଗର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ।

ଅପରପକ୍ଷରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଚହ୍ନଟ ହୋଇଛି।

ସେଗୁଡ଼ିକ ହେଉଛି –
କର୍ଣ୍ଣାଟକର ବଡ଼ଗାନ୍ବୀ ସରକାର ଓ୍ବାର୍ଲଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, ରାଜା ଆରବିକ୍ ୟୁନିଭରସିଟି ନାଗପୁର , କେରଳର ସେଣ୍ଟ ଜୋନ୍ସ ୟୁନିଭରସିଟି, ପୁଡୁଚେରୀର ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର ଏଜୁକେସନ ଓ ଆନ୍ଧ୍ର ପ୍ରଦେଶର ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ‌ଡିମ୍‌ଡ ୟୁନିଭରସିଟି।

ନକଲି କିମ୍ବା ଅଣ-ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ UGC ଦ୍ୱାରା ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ବର୍ଣ୍ଣନା କରି ପ୍ରଧାନ କହିଛନ୍ତି, ଜାତୀୟ ହିନ୍ଦୀ ଏବଂ ଇଂରାଜୀ ଖବରକାଗଜରେ ନକଲି ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନଗୁଡ଼ିକର ତାଲିକା ବିଷୟରେ UGC ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ କରେ।

ସେ କହିଛନ୍ତି ଯେ ଆୟୋଗ ସେମାନଙ୍କ ଅଧୀନରେ ଥିବା ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ସଚିବ, ଶିକ୍ଷା ସଚିବ ଏବଂ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ୟୁଜିସି ଆଇନ ୧୯୫୬ ର ଆଇନ ଅନୁଯାୟୀ କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍‌ଡ ଟୁ ବି ୟୁନିଭରସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ।

Related Posts