ଭୁବନେଶ୍ୱର,୨୪/୯(ସତ୍ୟପାଠ ବ୍ୟୁରୋ): ଏଣିକି ସରକାରୀ କାମରେ ରାଜ୍ୟ ଭିତରେ ବିମାନ ଯାତ୍ରା କରିପାରିବେ ଅଧିକାରୀ | ରାଜ୍ୟ ମଧ୍ୟରେ ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ବିମାନ ବ୍ୟବହାର କରିପାରିବେ | Group-A (Level-12 ଓ ଅଧିକ) ଶ୍ରେଣୀର ସରକାରୀ ଅଧିକାରୀଙ୍କୁ ଅନୁମତି ପ୍ରଦାନ କଲେ ସରକାର | ରାଜ୍ୟ ମଧ୍ୟରେ ବିମାନ ସଂଯୋଗୀକରଣ ବଢ଼ିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି | ଏନେଇ ଆଜି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |
Related Posts
-
Copyright © SatyaPatha2021