ସ୍ଥଗିତ ହେଲା ଅଫଲାଇନ ପରୀକ୍ଷା


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଅଫଲାଇନ ପରୀକ୍ଷା ସ୍ଥଗିତ କରାଯାଇଛି । ଆସନ୍ତା ସୋମବାର ଠାରୁ ଅଫଲାଇନ ପରୀକ୍ଷା ଓ କ୍ଲାସ ବନ୍ଦ ରହିବ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱ ବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଅବଗତ କରାଯାଇଛି । ପରବତ୍ତୀ ପରୀକ୍ଷା ସୂଚୀ କୁଳପତି ଓ ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା ପରେ ଜାରି କରାଯିବ ବୋଲି ସୂଚନା ମିଳିଛି । ସେହପରି ସୋମବାର ଠାରୁ ହଷ୍ଟେଲ ଛାଡିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଅଫଲାଇନ ପରୀକ୍ଷା ବାତିଲ ହେବା ସତ୍ତ୍ୱେ ଅନଲାଇନ କ୍ଲାସ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରୁଥିଲେ ।

Related Posts