ସପ୍ତାହର ୨ ଦିନ ବନ୍ଦ ରହିବ ଜଗା ଦର୍ଶନ

Jagannath


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହର ଦୁଇ ଦିନ ବନ୍ଦ ରହିବ ଜଗା ଦର୍ଶନ । ତେବେ ଶନିବାର ଓ ରବିବାର ସାଧାରଣ ଭକ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ନାହିଁ । ଏନେଇ ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସ୍ପଷ୍ଟ କରିଛନ୍ତି । ଏପରି ନିଷ୍ପତ୍ତି ଛତିଶା ନିଯୋଗ ବୈଠକରେ ନିଆଯାଇଥିବାର ସୂଚନା ମିଳିଛି । ଏହି ବୈଠକଟି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗର ପ୍ରିତିନିଧିମାନେ ଯୋଗଦେଇଥିଲେ । ଅନ୍ୟପଟେ ଓଡିଶା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ  RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନଚେତ ଦୁଇ ପର୍ଯ୍ୟାୟ ଟିକା ନେଇଥିବା ବ୍ୟକ୍ତି ପ୍ରବେଶ କରିପାରିବେ ବୋଲି ସୂଚନା ମିଳିଛି । ଏହା ଆସନ୍ତା ୨୪ ତାରିଖରୁ ଲାଗୁ ହେବ । ପୂର୍ବରୁ କରୋନା ମହାମାରୀ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା ।

Related Posts