ହାଇଦର ଗିରଫ ପରେ ସିପିଙ୍କ ପ୍ରେସମିଟ

police

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଟକ ଏସସିବିରୁ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗତକାଲି ତେଲଙ୍ଗାନାର ସିଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ ହୋଇଛି । ଏନେଇ ଆଜି କଟକ ଡିସିପି ଅଫିସରେ ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଦୁର୍ଦାନ୍ତ ଗାଙ୍ଗଷ୍ଟାର ୧୦ ତାରିଖ ଦିନ ପ୍ରାୟ ୪ଟା ବେଳେ କଟକ ବଡ ମେଡିକାଲରୁ ଫେରାର ହେବାରେ ସଫଳ ହୋଇଥିଲା । ତାକୁ ତେଲେଙ୍ଗାନା ରାଜ୍ୟର ସିଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଛି । ଦୀର୍ଘ ୧୨୦ ଘଣ୍ଟା ଅପରେଶନ ପରେ ଏହି ସଫଳ ହୋଇଥିଲା । ଦୁଇଟି କେସରେ ସେ ଆଜୀବନ ସଜାକାଟି ସମ୍ବଲପୁର ଜେଲରେ ଥିଲେ । ତେବେ ଅତୀତରୁ ହାଇଦର ମହାରାଷ୍ଟ୍ରରୁ ଧରାପଡିଥିବାର ଘଟଣା ଦେଖିବା ପାଇଁ ମିଳିଥିଲା । ତେଣୁ ଓଡିଶା ବାହାରକୁ ଚାଲିଯାଇଥିବାର ସନ୍ଦେହ ଉପୁଜିଥିଲା । ତେଣୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ସ୍ୱତନ୍ତ୍ର ଟିମ ପଠାଯାଇଥିଲା । ତେବେ ଆନ୍ଧ୍ର, ହାଇଦ୍ରାବାଦକୁ ହାଇଦର ଯାଇଥିବାର ସୁରାକ ମିଳିଥିଲା । ଟେକନିକାଲ ସର୍ଭେଲାନ୍ସରୁ ତଥ୍ୟ ଏହି ସନ୍ଦେହକୁ ସ୍ପଷ୍ଟ କରିଦେଇଥିଲା । ବିଶେଷ ସୂତ୍ରରୁ ଜଣାପଡିଥିଲା ଯେ ଏକ ଗାଡିରେ ସଡକ ପଥ ମାଧ୍ୟମରେ ହାଇଦର ଫେରାଇ ହୋଇଥିଲା । ଏହା ସହ ଗତକାଲି ହାଇଦର ବାଇକରେ ଯାଇଥିବା ଖବର ସ୍ପଷ୍ଟ ହୋଇଥିଲା । ତେଣୁ ୧୧ ତାରିଖ ସଂନ୍ଧାରେ ବାଦାମବାଡି ଆଇଆଇସିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଓ ୧୨ ତାରିଖ ଦିନ ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ତେଲେଙ୍ଗାନା ଯାଇଥିଲେ । ଏହା ସହ ହାଇଦରକୁ ଠାବ କରିବାରେ ତେଲେଙ୍ଗାନାର ଏକ ଟିମ୍ ଓଡିଶା ପୁଲିସକୁ ନିରନ୍ତର ସହଯୋଗ କରିଥିଲା ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ଗତକାଲି ହାଇଦରର ଆଉ ଜଣେ ବ୍ୟକ୍ତିଙ୍କ ସହ ମୋଟର ସାଇକେଲରେ ବୁଲିଥିବାର ସୂଚନା ପାଇ ବାଦାମବାଡିର ଆଇଅଇସି ରଶ୍ମୀ ସଂଧ୍ୟା ୬.୩୦ ମିନିଟରେ ଗିରଫ କରିଥିଲେ । ଅନ୍ୟପଟେ ଗତକାଲି ସେଠାରେ ମାର୍ଜିଷ୍ଟ୍ରେଟଙ୍କ ନିକଟରେ ହାଇଦରକୁ ହାଜର କରାଯିବା ପରେ ଆଜି ସକାଳୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଏହା ପରେ ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା ।

Related Posts