ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ OJEE ପରୀକ୍ଷା

ojee

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଙଔଋଋ ପରୀକ୍ଷା । ପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ OJEE ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ। କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ।

ତେବେ କେଉଁ ଦିନ କେଉଁ ପରୀକ୍ଷା ହେବ ‘ଓଜେଇଇ’ର ୱେବ୍‌ସାଇଟ୍ www.ojee.nic.in/www.odishajee.comରେ ତଥ୍ୟ ଦିଆଯାଇଛି। କୋଭିଡ୍ ଗାଇଡଲାଇନ୍ କଡାକଡି ପାଳନ କରାଯାଇ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସିଥିବା ଥିବା ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ରଖାଯିବ । ମାସ୍କ, ସାନିଟାଇଜ ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହିତ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍ କରାଯିବ ।

Related Posts