
ଭଦ୍ରକରେ ଅଭିନୟ ଉପାୟରେ ଜଣେ ବୃଦ୍ଧଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ । ଭଦ୍ରକ ସହର ତହସିଲ ରୋଡ଼ରେ ରହୁଥିବା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଶୀଲ କୁମାର ଜେନାଙ୍କଠାରୁ ଗୁରୁବାର ସକାଳେ ଲୁଟେରା ମାନେ ଲୁଟ୍ କରିଛନ୍ତି ।
ସକାଳେ ନିଜ ଘର ପାଖରେ ରାସ୍ତାରେ ଯାଉଥିବାବେଳେ ବୃଦ୍ଧଙ୍କ ପାଖକୁ ଜଣେ ବ୍ୟକ୍ତି ଆସି କହିଥିଲା- ଏସପି କହିଛନ୍ତି, ଅଧିକ ସୁନା ପିନ୍ଧିଥିବାରୁ, ଓହ୍ଲାଇ ଦିଅନ୍ତୁ । ଏହି କଥା ଶୁଣି ବୃଦ୍ଧ ଜଣକ ୩ଟି ସୁନାମୁଦି ଓ ସୁନାଚେନ୍ କାଢ଼ି ଦେଇଥିଲେ । ତେବେ ସୁଯୋଗ ଉଣ୍ଡି ଲୁଟେରାମାନେ ତାହାକୁ ଛଡ଼ାଇ ନେଇ ଚମ୍ପଟ୍ ମାରିଥିଲେ ।