ଦ୍ବିତୀୟ ଦିନରେ ବି ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ଘରେ ଭିଜିଲାନ୍ସ ବିଭାଗର ଖୋଳତାଡ଼

ମାଲକାନଗିରି: ଯେତେ ଖୋଳିଲେ ସେତେ ବାହାରୁଛି । ସରିବାର ନାଁ ଧରୁନି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ଘରେ ଦ୍ବିତୀୟ ଦିନରେ ବି ଭିଜିଲାନ୍ସ ବିଭାଗର ଖୋଳତାଡ଼ ଜାରି ରହିଛି । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା ଓ ସୁନା ଗହଣା ।

ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶଙ୍କ ନିକଟରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ପଦଉନ୍ନତି ହୋଇଛି । ହେଲେ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ନିଶାରେ ଆଶିଷ ଦାଶ ମାଲକାନଗିରି ଜିଲ୍ଲା ଛାଡିନଥିଲେ । ଠିକାଦାରମାନଙ୍କୁ ହାତ କରି ଯନ୍ତ୍ରୀ ମହାଶୟ ମାଲକାନଗିରି ଜିଲ୍ଲାରେ ଅନେକ ଦୁର୍ନୀତି କରିଥିବା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା । ଗତକାଲି ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ଥାବର ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ ।

ବିଭିନ୍ନ ବ୍ୟାଙ୍କ ଆକାଉନ୍ଟରେ ଅଢେଇ କୋଟି ଟଙ୍କା ରହିଛି । ଆଶିଷ ଦାଶଙ୍କ ଘରୁ ୨୧ ଲଷ ୭୫ ହଜାର ଜବତ ହୋଇଛି । ଠିକାଦର ଓ ନିଜ ଘରୁ ୬୦୦ ଗ୍ରାମ ସୁନା ଜବତ ହୋଇଛି । ୫୦ ଲକ୍ଷ ଟଙ୍କାର ବୀମା ଓ ୪୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ । ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ । ମାଲକାନଗିରି ଓ କେଉଁଝର ୩ କୋଟି ଟଙ୍କାର ବ୍ୟାଙ୍କ ଲକର । କଟକରେ ଗୋଟିଏ ଫ୍ଲାଟ ଥିବା ଜଣାପଡ଼ିଛି । ଆଶିଷ ଦାଶଙ୍କ ସଂପତ୍ତି ତାଲିକା ଆହୁରି ମଧ୍ୟ ଲମ୍ବା ହୋଇପାରେ ।

Related Posts