ଦରଦାମ ବୃଦ୍ଧିକୁ ନେଇ ମାର୍ଚ୍ଚ ୩୧ ରେ କଂଗ୍ରେସର ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଦେଶରେ ସମସ୍ତ ଜିନିଷର ଦର ବଢ଼ିବାରେ ଲାଗିଛି । ସେ ଖାଇବା ତେଲ ହେଉ କିମ୍ବା ପେଟ୍ରୋଲ ହେଉ । ସବୁ ଜିନିଷର ଦର ଆକାଶ ଛୁଆଁ ହେଲାଣି । ଏହା ମଧ୍ୟରେ କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ମହଙ୍ଗା ମୁକ୍ତ ଭାରତ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ କଂଗ୍ରେସର ମହାସଚିବ ଏବଂ ପ୍ରଦେଶ ମୁଖ୍ୟଙ୍କ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ଏହି ଅଭିଯାନ କରାଯିବ ।

ଏପରିକି ୨ରୁ ୪ ଏପ୍ରିଲ ମଧ୍ୟରେ ବ୍ଲକ ଏବଂ ଜିଲ୍ଲାସ୍ତରରେ ପ୍ରଦର୍ଶନ କରାଯିବ । ଏପ୍ରିଲ ୭ ତାରିଖରେ ରାଜ୍ୟର ରାଜଧାନୀସ୍ତରରେ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପ୍ରଦେଶ ମୁଖ୍ୟଙ୍କ ସହିତ ବୈଠକରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts