ପୁରୀ ମୁନିସିପାଲିଟି ଅଫିସର ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ, ଜଣେ ଆହତ

ପୁରୀ: ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ। ଅଧିକାରୀ କାଶିନାଥ ମହାରଣା । ପ୍ରଥମେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନରେ ଧମକ ଦେବା ପରେ, କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ। ଏପରି ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ଘଟିଛି ।

ସୂଚନାନୁସାରେ, ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି କାଶିନାଥ ମହାରଣା । ତାଙ୍କ ଘର ଉପରକୁ ହୋଇଛି ବୋମାମାଡ। ଦୁର୍ବୁତ୍ତ ମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି।

ତେବେ ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା। ତେବେ ଶନିବାର ଅଭିଯୁକ୍ତମାନେ ଥାନାରୁ ଚୋରି କେଶ୍ ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥଙ୍କ ପରିବାର ଲୋକେ ।

ଏବେ ପୋଲିସ ବୋମା ପଡିବା ପରେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Related Posts