କାହାର ଧାର୍ମିକ ଭାବନା କୁ ଆଘାତ ଦେବା ଉଚିତ୍ ନୁହେଁ : ମୋହନ୍ ଭାଗବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ଝୁଞ୍ଝୁନୁ ରେ ଚାଲିଥିବା ତିନି ଦିନିଆ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ସମାରୋହରେ ଗଣମାଧ୍ୟମକୁ ସମ୍ବୋଧିତ କରି RSS ପ୍ରମୁଖ ମୋହନ୍ ଭାଗବତ କହିଛନ୍ତି ଯେ କାହାର ଧାର୍ମିକ ଭାବନାକୁ କେହି ଆଘାତ କରିବା ଉଚିତ୍ ନୁହେଁ | “ସୃଜନଶୀଳ ସ୍ୱାଧୀନତା ଭାରତରେ ଏକ ପରମ୍ପରା ହୋଇଆସୁଛି। କିନ୍ତୁ କାହାର ଧାର୍ମିକ ଭାବନାକୁ କେହି ଆଘାତ ଦେବା ଉଚିତ୍ ନୁହେଁ। ସମସ୍ତେ ଏଥିପ୍ରତି ସତର୍କ ରହିବା ଉଚିତ୍” ବୋଲି ଆରଏସଏସର ପ୍ରମୂଖ କହିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ଙ୍କ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘କାଳୀ’ଉପରେ ଏହି ମନ୍ତବ୍ୟ ଆସିଛି, ଯାହାର ପୋଷ୍ଟରରେ ହିନ୍ଦୁ ଦେବୀ ଧୂମପାନ କରୁଥିବା ଦେଖାଦେଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ମଣିମେକାଲାଇଙ୍କ ବିରୋଧରେ ଏକାଧିକ ଏଫଆଇଆର ଦାଖଲ କରାଯାଇଛି।

ବିବାଦୀୟ ପୋଷ୍ଟର ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ତୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇଟ୍ରା କହିଥିଲେ ଯେ ଦେବୀ କାଳୀଙ୍କୁ ମାଂସ ଖାଉଥିବା ଏବଂ ମଦ୍ୟପାନ କରୁଥିବା ଦେବୀ ଭାବରେ କଳ୍ପନା କରିବାର ତାଙ୍କର ସମସ୍ତ ଅଧିକାର ଅଛି। ବର୍ତ୍ତମାନ ସେ ମଧ୍ୟ ଏହି ବିବାଦୀୟ ବିବୃତ୍ତି ପାଇଁ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।

Related Posts