
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଲାୟମ୍ ସିଂହ ଯାଦବଙ୍କ ପତ୍ନୀ ଗୁରୁତର । ସେପଟେ ୪ ଦିନ ଧରି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଥିବା ସାଧନାଙ୍କ ସ୍ୱାସ୍ଥ୍ୟ ଏବେ ବିଗିଡିଛି । ତୁରନ୍ତ ତାଙ୍କୁ କ୍ରିଟିକାଲ୍ ଆଇସିୟୁ-୫ରେ ଆଡ୍ମିଟ୍ କରାଯାଇଛି । ଡାକ୍ତରମାନେ ନିୟମିତ ଭାବେ ସାଧନା ଯାଦବଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏହାପୂର୍ବରୁ ୨୦୨୦ରେ ସାଧନା କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ୧୪ ଅକ୍ଟୋବର ୨୦୨୦ରେ ମୁଲାୟମ୍ ସିଂହ ଓ ପତ୍ନୀ ସାଧନା ଯାଦବ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପରେ ଉଭୟ ଧୀରେ ଧୀରେ କରୋନାରୁ ସୁସ୍ଥ ହୋଇଥିଲେ । ଅନ୍ୟପଟେ ସାଧନା ଯାଦବ, ମୁଲାୟମ ସିଂହ ଯାଦବଙ୍କ ୨ୟ ପତ୍ନୀ । ସାଧନା ଯାଦବଙ୍କ ପୁଅ ପ୍ରତୀକ ଯାଦବ ଅଟନ୍ତି, ତାଙ୍କ ପତ୍ନୀ ଅର୍ପଣା ଯାଦବ । ଏବେ ଅର୍ପଣା ଯାଦବ ବିଜେପି ଦଳର ସଦସ୍ୟ । ୟୁପି ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଅର୍ପଣା ସମାଜବାଦୀ ପାର୍ଟୀ ଛାଡି ବିଜେପିରେ ମିଶିଥିଲେ । ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ସାଧନା ଯାଦବ ସାବତ ପୁଅ ଅଟନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରସ ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।