ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଅନଲାଇନ୍ ସମନ୍ବିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ ଲାଗୁ ହେବ ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି । ଏପରି ହେଲେ ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନ୍ଲାଇନରେ ବୁକିଂ କରିପାରିବେ।
ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ ବ୍ୟବସ୍ଥା ଲାଗୁ କରିବେ ।
ଅନଲାଇନ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
