“ତିନିବର୍ଷ ହେଲା ଜଣେ ମହିଳା ରାଜ୍ୟପାଳଙ୍କୁ ତେଲେଙ୍ଗାନା ସରକାର ଅପମାନିତ କରୁଛନ୍ତି”; ତେଲେଙ୍ଗାନା ରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲିସାଇ ସୁନ୍ଦରରାଜାନି ରାଜ୍ୟର ଟିଆରଏସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।ରାଜ୍ୟ ସରକାର ରାଜ୍ୟପାଳଙ୍କ ପଦବୀ ପ୍ରତି ଅସମ୍ମାନ ଏବଂ ଭେଦଭାବ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାମ ନ ନେଇ ସେ କହିଛନ୍ତି ଯେ ରାଜ୍ୟରେ ତାଙ୍କୁ ତ୍ରିରଙ୍ଗା ଉଡାଇବାକୁ ସୁଯୋଗ ଦିଆଯାଇ ନାହିଁ ।ସୁନ୍ଦରରାଜାନୀ କହିଛନ୍ତି, ଗତ ତିନି ବର୍ଷ ଧରି ଜଣେ ମହିଳା ରାଜ୍ୟପାଳଙ୍କୁ ଭେଦଭାବ ଓ ଅପମାନିତ କରାଯାଉଛି । ରାଜନେତାମାନେ ସରକାରୀ ଡାକ୍ତରଖାନାରେ ନୁହେଁ ବରଂ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ କହିଛନ୍ତି ଯେ ସାମକକ୍କା ସାର୍କକା (ତେଲେଙ୍ଗାନାର ଆଦିବାସୀ ଦେବୀଙ୍କ ମେଳା) ଯିବାକୁ ମୁଁ ହେଲିକପ୍ଟର ମାଗିଥିଲି କିନ୍ତୁ ରାଜ୍ୟ ସରକାର ଯୋଗାଇ ନ ଦେବାରୁ ଜଙ୍ଗଲ ଭିତର ରାସ୍ତା ଦେଇ ଯିବାକୁ ବାଧ୍ୟ ହେଲି । ଆଉ ଏଥିପାଇଁ ମୋତେ ପ୍ରାୟ ୮ ଘଣ୍ଟା ସମୟ ଲାଗିଲା ।

ସେ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ସମ୍ମାନ ଦିଆଯିବା ଉଚିତ୍ । ତେବେ କାହିଁକି ଏପରି ବ୍ୟବହାର କରାଯାଉଛି ? ମୁଁ ମୋର କାର୍ଯ୍ୟରେ ନ୍ୟାୟ ଦେଇଛି । ସେ କହିଛନ୍ତି ଯେ ନିକଟରେ ସାଉଥ ଜୋନାଲ କନଫରେସିଂ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୁଁ ପୁଡୁଚେରୀର ଏଲଜି ଭାବରେ ଯୋଗ ଦେଇଥିଲି । ଏପରି ଅନେକ ସମସ୍ୟା ଥିଲା, ଯାହା ତେଲେଙ୍ଗାନା ସହିତ ଜଡିତ ଥିଲା । ଗୃହମନ୍ତ୍ରୀ ସେଠାରେ ଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନଥିଲେ । ସମସ୍ୟାର ସମାଧାନ ପାଇଁ ଆପଣ (ମୁଖ୍ୟମନ୍ତ୍ରୀ କେସିଆର) କାହିଁକି କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ କରୁନାହାଁନ୍ତି ବୋଲି ସେ କହିଛନ୍ତି । ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ସାହାଯ୍ୟ କରନ୍ତି, ତେଣୁ ଭଲ ସମ୍ପର୍କ ଗଢିବା ଉଚିତ୍ । ଏହି ସୁଯୋଗର ଫାଇଦା କାହିଁକି ରାଜ୍ୟ ସରକାର ନେଉନାହାଁନ୍ତି ?

Related Posts