ଆଲିଆ ଏବଂ ରଣବୀରଙ୍କ ବିବାହରେ ଯୋଗ ଦେବେ ମାତ୍ର ୨୮ ଜଣ ଅତିଥି !

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛଂତି ବଲିଉଡ ର ବହୁ ଚର୍ଚିତ ଯୋଡି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର | ଏବେ ଉଭୟଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କ ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ୍ ସାମ୍ନାକୁ ଆସୁଥିବା ବେଳେ, ବିବାହ କୋଉଠି ହେବ, ଏହି ବିବାହ ଉତ୍ସବ ରେ କେଉଁ ମାନେ ସାମିଲ ହେବେ, ସେନେଇ ଜାଣିବା ପାଇଁ ପ୍ରସଶଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖା ଦେଖାଦେଇଛି |

ନିକଟରେ ଉଭୟଙ୍କ ବିବାହ ତାରିଖ ସାମ୍ନାକୁ ଆସିଥିଲା । ଉଭୟ ଅପ୍ରେଲ ୧୪ ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଥିବା ବେଳେ କିନ୍ତୁ ପରିବାର ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । କିଛି ଦିନ ହେବ ଆରକେ ଷ୍ଟୁଡିଓ ଏବଂ କୃଷ୍ଣାରାଜ ବଙ୍ଗଳାକୁ ସୁସଜ୍ଜିତ କରାଯାଉଛି । ଏବେ ବିବାହରେ ଯୋଗଦେଉଥିବା ଅତିଥିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ଉଭୟଙ୍କ ବିବାହକୁ ନେଇ ନୂଆ ଖବର ସେୟାର କରିଛନ୍ତି ।

ରାହୁଲ ଏକ ଗଣମାଧ୍ୟମରେ ଖୁସାଲା କରିଛନ୍ତି ଯେ, ଆଲିଆ ଏବଂ ରଣବୀରଙ୍କ ବିବାହରେ ମାତ୍ର ୨୮ ଜଣ ଅତିଥି ଯୋଗଦେବେ । ବିବାହରେ ପରିବାରଲୋକଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବେ । ଏହାସହ ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ବିବାହ ତାରିଖ ଏବଂ ସ୍ଥାନ ପରିବର୍ତ୍ତନ କରାଯାଇଛି ।

ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ଆଲିଆ ଏବଂ ରଣବୀରଙ୍କ ବିବାହବାସ୍ତୁ ଆପାର୍ଟମେଣ୍ଟ ଅଥବା ଆରକେ ଷ୍ଟୁଡିଓରେ ହେବ । କିନ୍ତୁ ରାହୁଲ ସଫାସଫା କହିଛନ୍ତି ଯେ, ଉଭୟଙ୍କ ବିବାହ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ । ଏହାସହ ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ଉଭୟ ଅପ୍ରେଲ ୨୦ ପୂର୍ବରୁ ହିଁ ବିବାହ କରିବେ ।

ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ କପୁର ପରିବାର କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଉଭୟଙ୍କ ବିବାହସ୍ଥଳରେ ପ୍ରାୟ ୨୦୦ ବାଉନ୍ସର ଉପସ୍ଥିତ ରହିବେ । କେବଳ ଏତିକି ନୁହେଁ ବିବାହ ପାଇଁ ନୀତୁ କପୁର ସପ୍ତାହେ ପୂର୍ବରୁ ଦିଲ୍ଲୀ ଏବଂ ଲକ୍ଷ୍ନୌରୁ ସେଫ୍ ଡକାଇସାରିଛନ୍ତି । ନିଜ ପୁଅର ବିବାହକୁ ସ୍ମରଣୀୟ କରିବା ଲାଗି ନିଁତୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି |

Related Posts