ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି । ତେବେ ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି।

ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା, ଯେଉଁଠି ୩୦ ଜଣ ଶିଶୁ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।