ତ୍ରିମୂର୍ତ୍ତୀଙ୍କ ବହିଷ୍କାର ଦାବୀ କଲା କଂଗ୍ରେସ

ଭୁବନେଶ୍ୱର – ତ୍ରିମୂର୍ତ୍ତୀଙ୍କ ଡବଲ ରୋଲ ନେଇ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଥିବା ଗୀତାଞ୍ଜଳୀ ବସ୍ତିଆ, ମନ୍ଦାକିନୀ କର ଓ ନିବେଦିତା ନାୟକ ବିଜୁ ଜନତା ଦଳରେ ମଧ୍ୟ ପଦ ପଦବୀରେ ଥିବା କାରଣରୁ ସେମାନଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ । ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗରେ ତଥ୍ୟ ପ୍ରମାଣ ଉପସ୍ଥାପନ କରିବା ସହ ତିନି ସଭ୍ୟାଙ୍କ ଠାରୁ ଦରମା ଟଙ୍କା, ମହଙ୍ଗା ଭତ୍ତା ଇତ୍ୟାଦି ଅସୂଲ କରିବା ସହ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାର ଅଧ୍ୟକ୍ଷ ଏବଂ ସଭ୍ୟମାନେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଆଇନ୍- ୨୦୦୫ ଧାରା ୩୨ ଅନୁଯାୟୀ ସମସ୍ତେ ଜଣେ ଜଣେ ସରକାରୀ କର୍ମଚାରୀ ଭାବରେ ପରିଗଣିତ ହେବେ । ତେଣୁ ଜଣେ ସରକାରୀ କର୍ମଚାରୀ ସିଧାସଳଖ ଭାବରେ ଦଳୀୟ ପଦପଦବୀ ନେବା ଆଇନ୍ ବିରୁଦ୍ଧ ବୋଲି କହିଛନ୍ତି । ଏହା ସହିତ ସେମାନଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମିଶ୍ରୀ ଦାବି କରିଛନ୍ତି ।

Related Posts