ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ହେଲେ ଭିତରକୁ ପ୍ରବେଶ ଦାବିରେ ଫଟୋଗ୍ରାଫର ଦେଲେ ଧାରଣା

konark sun temple

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟମନ୍ଦିର । ହେଲେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଏନେଇ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେବା ସହ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ତେବେ ପର୍ଯ୍ୟଟକମାନଙ୍କୁ ପ୍ରବେଶ ପଏଣ୍ଟରେ ଥର୍ମାଲ ସ୍କିନିଂ କରିବାକୁ ପଡିବ । ପ୍ରତିଦିନ ସର୍ବାଧିକ ୨୦୦୦ ପର୍ଯ୍ୟଟକଙ୍କୁ ପରିଦର୍ଶନ ପାଇଁ ଅନୁମତି ମିଳିଛି । କିନ୍ତୁ ମନ୍ଦିର ଖୋଲିବା ମାତ୍ରେ ହିଁ କୋଣାର୍କରେ ଦେଖାଦେଇଛି ଅସନ୍ତୋଷ । ସୂର୍ଯ୍ୟ ମନ୍ଦିର ଭିତରକୁ ଫଟୋଗ୍ରାଫରଙ୍କୁ ପ୍ରବେଶର ଅନୁମତି ନ ଦିଆଯିବାରୁ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

ଫୋଟଗ୍ରାଫରଙ୍କ ସହିତ ସ୍ଥାନୀୟ ଗାଇଡ ଏବଂ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳିନଥିଲା । ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନ ବନ୍ଦ ଥିବା ସୂର୍ଯ୍ୟମନ୍ଦିର ଆଜି ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲାଯାଇଥିଲା । ଠିକ ଏହାର କିଛି ସମୟ ପରେ ଅନେକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିଥିବାର ଦେଖିବା ପାଇଁ ମିଳିଥିଲା । ହେଲେ କୋଣାର୍କ ମନ୍ଦିର ପରିସର ଭିତରକୁ ଫୋଟଗ୍ରାଫରଙ୍କୁ ଯିବା ପାଇଁ ଅନୁମତି ମିଳିନଥିଲା । ତେଣୁ ମନ୍ଦିର ଖୋଲିବାର ପ୍ରଥମ ଦିନରେ ହିଁ ଫୋଟଗ୍ରାଫର ସଂଘ ପକ୍ଷରୁ ଧାରଣା ଦିଆଯାଇଥିବାର ଦେଖିବା ପାଇଁ ମିଳିଥିଲା ।

ଅପରିପକ୍ଷେ ପର୍ଯ୍ୟଟକମାନେ ଅନଲାଇନ ଟିକଟକରି ଭିତରକୁ ପ୍ରବେଶ କରିପାରିବେ । ମନ୍ଦିର ପ୍ରବେଶ ସମୟରେ ସମସ୍ତ କୋଭିଡ କଟକଣା ପାଳନ କରିବା ସହ ଥର୍ମାଲ ସ୍କ୍ରିନିଂ କରି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯାଉଥିବାର ଦେଖିବା ପାଇଁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ମାସ ପାଇଁ ସମସ୍ତ କୋଭିଡ ନିର୍ଦ୍ଦେଶାବଳୀ ଘୋଷଣା କରିବା ସହ ସମସ୍ତ କୋଭିଡ ଗାଇଡଲାଇନକୁ ପାଳନ କରି ପର୍ଯ୍ୟଟକ ସ୍ଥାନ ଏବଂ ପ୍ରତ୍ନତାତ୍ତିକ ସ୍ମାରକୀ ଖୋଲିବାକୁ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଥିଲେ

Related Posts