ଆକ୍ସନରେ ଅପରେସନ ଗଙ୍ଗା: ଆସନ୍ତାକାଲି ୧୧ଟି ବିମାନରେ ସ୍ବଦେଶ ଫେରିବେ ୨୨ ଶହ ଭାରତୀୟ ଛାତ୍ରଛାତ୍ରୀ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଜୋର୍ ଧରିଛି ଭାରତୀୟଂକ ଉଦ୍ଧାର । ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଗଙ୍ଗା ରେ ଭାରତୀୟଂକୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ସ୍ବଦେଶ ଫେରିଥିବା ବେଳେ ଆସନ୍ତାକାଲି ଆଉ ୧୧ଟି ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ ଦର୍ଶାଯାଇଛି ଯେ ଆଜି (ଶନିବାର) ଭାରତକୁ 15ଟି ବିମାନରେ ପ୍ରାୟ 3,000 ଭାରତୀୟ ଛାତ୍ରଛାତ୍ରୀ ଫେରିଛନ୍ତି । ଏଥିରେ 12ଟି ସ୍ୱତନ୍ତ୍ର ବେସାମରିକ ବିମାନ ଏବଂ 3ଟି ବାୟୁସେନା (IAF) ବିମାନ ଅନ୍ତର୍ଭୁକ୍ତ ଥିଲା । ଋଷର ଆକ୍ରମଣ ହେତୁ ୟୁକ୍ରେନ ଆକାଶ ମାର୍ଗ (ଗତମାସ) ଫେବୃଆରୀ 24ରୁ ବନ୍ଦ ରହିଛି । ଫଳରେ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ପୋଲାଣ୍ଡର ଏକାଧିକ ବିମାନ ବନ୍ଦରରୁ ଏହି ଏୟାର-ଲିଫ୍ଟ ଅପରେସନକୁ ପରିଚାଳନା କରୁଛନ୍ତି ଭାରତ ସରକାର । ସେହିପରି ସେଠାରେ ୪ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଅପରେସନକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେଉଛନ୍ତି ।ଏହି ଅପରେସନକୁ ପ୍ରଥମେ ଏୟାର ଇଣ୍ଡିଆ ମାଧ୍ୟମରେ ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତିର ଗମ୍ଭୀରତାକୁ ଦେଖି ଏହି ଅଭିଯାନକୁ ବ୍ୟାପକ କରାଯାଇଥିଲା । ଘରୋଇ ବିମାନ ସହ ଭାରତୀୟ ବାୟୁସେନାର ବୃହତ୍ତ ପରିବହନ ବିମାନ IAF C-17କୁ ମଧ୍ୟ ସାମିଲ କରାଯାଇଥିଲା ।

ଅଭିଯାନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ବେସାମରିକ ବିମାନ ମନ୍ତ୍ରଣାଳୟ କହିଛି ଯେ ଆଜି (ଶନିବାର) ବୁଦାପେଷ୍ଟ (ହଙ୍ଗେରୀ)ରୁ ପାଞ୍ଚଟି, ସୁକେଭା (ରୋମାନିଆ)ରୁ ଚାରିଟି, କୋସିସେ (ସ୍ଲୋଭାକିଆ) ଏବଂ ରେଜେଜୋ (ପୋଲାଣ୍ଡ)ରୁ ଦୁଇଟି ବିମାନ ଭାରତୀୟଙ୍କୁ ଧରି ସ୍ବଦେଶ ଫେରିଛି । ସେହିପରି ଆସନ୍ତାକାଲି (ରବିବାର) ବୁଦାପେଷ୍ଟ, କୋସିସ, ରେଜେଜୋ ଏବଂ ବୁଖାରେଷ୍ଟରୁ 11ଟି ସ୍ୱତନ୍ତ୍ର ବିମାନରେ ୨୨ ଶହ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିବେ । ଫସିରହିଥିବା ଭାରତୀୟଂକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇ ଏକ ବଡ଼ ଚ୍ୟାଲେଞ୍ଜ ରହିଛି ।

Related Posts