ପୁଟିନ୍‌ଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ଋଷବାସୀଙ୍କୁ ନିବେଦନ କଲେ ବିପକ୍ଷ ଦଳର ନେତା ଏଲେକ୍ସି ନେବେଲନି

ଋଷ୍‌ ର ୟୁକ୍ରେନ୍‌ ଉପରକୁ ଆକ୍ରମଣ କୁ ନେଇ ରାଗିଛନ୍ତି ଖୋଦ୍ ନିଜ ଦେଶ ବାସୀ । ରାଜରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିରୋଧରେ ଯୁଦ୍ଧ ରୋକିବା ନେଇ ସ୍ଲୋଗାନ ଦେଇଛନ୍ତି । ଏପରିକି ଜେଲ୍‌ରେ ବନ୍ଦୀ ଥିବା ବିପକ୍ଷ ଦଳର ନେତା ଏଲେକ୍ସି ନେବେଲନି ସିଧାସଳଖ ପୁଟିନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲଗାତାର ୧୨ଟି ଟ୍ୱିଟ୍‌ କରି ସେ ନିଜ ଉକ୍ତିକୁ ଋଷ୍‌ବାସୀଙ୍କ ଆଗରେ ରଖିଛନ୍ତି । ସେ ପୁଟିନ୍‌ଙ୍କୁ ଋଷ୍‌ ନୁହନ୍ତି ବୋଲି କହିଛନ୍ତି ।

ନେବେଲନି ଋଷ୍‌ବାସୀଙ୍କୁ କହିଛନ୍ତି କି ଆମେ ଭୟଭୀତ ମୁକ ଲୋକଙ୍କ ଦେଶ ହେବାକୁ ଚାହୁଁନାହୁଁ । ସେ କହିଛନ୍ତି, ମୁଁ ଏହା ଦେଖି ଚୁପ୍‌ ରହିପାରିବି ନାହିଁ କି ରହିବାକୁ ଚାହୁଁନାହିଁ । କାରଣ ୧୦୦ ବର୍ଷ ତଳ ଘଟଣାର ଐତିହାସିକ ନିର୍ବୋଧତାକୁ ନେଇ ଋଷ୍‌ବାସୀ ବାହାନା କରି ୟୁକ୍ରେନ୍‌ ନାଗରିକଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି । ମୁଁ ନିଜେ ସୋଭିଏତ୍‌ ସଂଘର ଜଣେ ସଦସ୍ୟ ରହିଛି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ସଡ଼କ ଉପରକୁ ଓହ୍ଲାନ୍ତୁ ଏବଂ ଶାନ୍ତି ନିମନ୍ତେ ଲଢ଼ିବା ପାଇଁ ଅପିଲ୍‌ କରୁଛି ।

Related Posts