ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ ର ୨୦ ଜଣିଆ ଖେଳାଳି ତାଲିକାରେ ଓଡ଼ିଆ ଝିଅ ପଦ୍ମିନୀ ରାଉତ

ଭୁବନେଶ୍ୱର: ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ପକ୍ଷରୁ ପ୍ରକାଶ ପାଇଛି ଖେଳାଳି ତାଲିକା | ଆସନ୍ତା ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍‌ ଅଲିମ୍ପିଆଡ୍‌ । ଏନେଇ ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଥିବା ବେଳେ, ଏହି ତାଲିକାରେ ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ତେବେ ୧୦ଜଣ ଝିଅ ତାଲିକାରେ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ମହିଳା ଦଳରେ ସାମିଲ ହୋଇଛନ୍ତି । ମର୍ଯ୍ୟାଦାଜନକ ଚେସ୍‌ ଅଲିମ୍ପିଆଡ୍‌ ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ ।

ଭାରତୀୟ ଓପନ ଦଳ–୧: ଜିଏମ୍‌ ଭି. ସନ୍ତୋଷ ଗୁଜରାଥି (୨୭୨୩), ଜିଏମ୍‌ ହରିକ୍ରିଷ୍ଣା ପେଣ୍ଟାଲା (୨୭୦୫), ଜିଏମ୍‌ ଏରିଗାଇସି ଅର୍ଜୁନ (୨୬୭୫), ଜିଏମ୍‌ ନାରାୟଣ ଏସ୍‌ଏଲ୍‌ (୨୬୬୨), ଜିଏମ୍‌ ଶଶୀ କିରଣ କ୍ରିଷ୍ଣା (୨୬୫୧) ।

ଓପନ ଦଳ–୨: ଜିଏମ୍‌ ନିହାର ସରିନ (୨୬୪୬), ଜିଏମ୍‌ ଡି ଗୁକେଶ (୨୬୫୯), ଜିଏମ୍‌ ବି ଅଧିବନ (୨୬୧୬), ଜିଏମ୍‌ ଆର୍‌ ପ୍ରଜ୍ଞାନନନ୍ଦା (୨୬୪୨), ଜିଏମ୍‌ ସଧୱାନି ରାଉନକ (୨୬୧୯) । ମହିଳା ଦଳ-୧: ଜିଏମ୍‌ କୋନେରୁ ହମ୍ପି (୨୫୮୬), ଜିଏମ୍‌ ହାରିକା ଡ୍ରୋନାଭାଲି (୨୫୧୭), ଆଇଏମ୍‌ ଆର. ବୈଶାଳୀ (୨୪୦୩), ଆଇଏମ୍‌ ତନିଆ ସଚଦେବ (୨୩୯୯), ଆଇଏମ୍‌ ଭକ୍ତି କୁଲକର୍ଣ୍ଣି (୨୩୭୦) ଏବଂ ଦଳ-୨: ଡବ୍ଲ୍ୟୁଜିଏମ୍‌ ବନ୍ତିକା ଅଗ୍ରୱାଲ (୨୩୭୧), ଆଇଏମ୍‌ ସୌମ୍ୟା ସ୍ୱାମୀନାଥନ (୨୩୫୮), ଡବ୍ଲ୍ୟୁଜିଏମ୍‌ ଗୋମେଜ ମେରିଆନ (୨୩୪୯), ଆଇଏମ୍‌ ପଦ୍ମିନୀ ରାଉତ (୨୩୪୮) ଓ ଡବ୍ଲ୍ୟୁଜିଏମ ଦିବ୍ୟା ଦେଶମୁଖ (୨୩୧୭) ।

Related Posts