ଆମ ରକ୍ତରେ ଧର୍ମନିରପେକ୍ଷତା ଭରି ରହିଛି: ଭେଙ୍କୟା ନାଇଡୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ । ଏହା ସହ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର କିମ୍ବା ଦଳ ଯୋଗୁଁ ଦେଶରେ ଧର୍ମନିରପେକ୍ଷତା ସୁରକ୍ଷିତ ରହିନାହିଁ। ଏହା ଲୋକଙ୍କ ରକ୍ତରେ ଏବଂ ଏଠାରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି। କିଛି ଲୋକ ଭାରତର ଅଗ୍ରଗତିକୁ ସହଜରେ ଗ୍ରହଣ କରିବାରେ ଅସମର୍ଥ।ସେ କହିଛନ୍ତି ଯେ ମୌଳିକ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ। ଉପରାଷ୍ଟ୍ରପତି ଆମ ଭାଷା, ଧର୍ମ ଉପରେ ଗର୍ବ କରିବାକୁ ପରାମର୍ଶ ଦେଇଛନ୍ତି। ନୂତନ ଶିକ୍ଷା ନୀତିରେ ମାତୃଭାଷାର ଗୁରୁତ୍ୱକୁ ନେଇ ଖୁସି ବ୍ୟକ୍ତ କରି ନାଇଡୁ କହିଛନ୍ତି ଯେ ସେ ଅନ୍ୟ ଭାଷା ବିରୋଧୀ ନୁହଁନ୍ତି। ସେ କହିଛନ୍ତି, ଆପଣ ଯେତେ ସମ୍ଭବ ଭାଷା ଶିଖନ୍ତୁ, କିନ୍ତୁ ପ୍ରଥମେ ମାତୃଭାଷା ଶିଖନ୍ତୁ। ଲୋକଙ୍କ ମନରେ ଏକ ଭୁଲ ଧାରଣା ଅଛି ଯେ ଯଦି ଆପଣଙ୍କର ଇଂଲିଶ ଶିକ୍ଷା ନଥାଏ, ତେବେ ଆପଣ ଉପରକୁ ଯାଇପାରିବେ ନାହିଁ। ସେପଟେ ମାଉଣ୍ଟ କାର୍ମେଲ ପ୍ରତିଷ୍ଠାନର ପ୍ଲାଟିନମ ଜୟନ୍ତୀ ଉତ୍ସବକୁ ସମ୍ବୋଧିତ କରି ସେ ପାଶ୍ଚାତ୍ୟ ଗଣମାଧ୍ୟମକୁ ଭାରତ ବିଷୟରେ ଅନେକ ନକାରାତ୍ମକ କାହାଣୀ ସୃଷ୍ଟି କରିଥିବାର ଅଭିଯୋଗ ସେ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ପାଶ୍ଚାତ୍ୟ ଗଣମାଧ୍ୟମ ବିଭିନ୍ନ କ୍ଷେତ୍ରରେ ଦେଶ ତଥା ଏହାର ଲୋକମାନଙ୍କ ଦ୍ୱାରା କରାଯାଇଥିବା ସଫଳତାକୁ ଭୁଲି ଯାଇଛନ୍ତି।

ଉପରାଷ୍ଟ୍ରପତି ସ୍ବୀକାର କରିଛନ୍ତି ଯେ ସାମାଜିକ ଅସମାନତା, ଦାରିଦ୍ର୍ୟ, ଲିଙ୍ଗଗତ ସମାନତା ଭଳି କେତେକ ଚ୍ୟାଲେଞ୍ଜ ରହିଛି ଯାହାକୁ ସମାଧାନ କରାଯିବା ଆବଶ୍ୟକ। ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଔପନିବେଶିକ ନିୟମକୁ ବିଶ୍ୱାସ କରେ ନାହିଁ ଏବଂ ଅନ୍ୟ ଦେଶ ଉପରେ ଆକ୍ରମଣ କରେ ନାହିଁ। ନାଇଡୁ କହିଛନ୍ତି ଯେ ହିଂସା ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ, ଶାନ୍ତି ହେଉଛି ପ୍ରଗତିର ପ୍ରଥମ ସର୍ତ୍ତ। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗେଟ ଆଲଭା ମଧ୍ୟ ଉପସ୍ଥିତ ଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts