
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି କଲେଜର ଛାତ୍ରୀ ରୁଚିକ ମହାନ୍ତିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମଧ୍ୟରେ ହଷ୍ଟେଲକୁ ନେଇ ବଡ ଖୁଲସା କରିଛନ୍ତି ରୁଚିକାଙ୍କ ବାପା । ତେବେ ୩ ଛାତ୍ରୀ ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍କୁ ଆସୁଥିଲେ। ସାଥୀରେ ମଦ ଓ ସିଗାରେଟ୍ ଆଣୁଥିଲେ। ହଷ୍ଟେଲ୍ ରୁମ୍ରେ ବସି ମଦ ପିଇବା ସହିତ ସିଗାରେଟ୍ ଟାଣୁଥିଲେ। ମଦ ନିଶାରେ ରୁଚିକାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ। ସେହି ତିନି ସିନିୟର ଝିଅ ମୋ’ ଝିଅକୁ ମାରି ଦେଇଛନ୍ତି। ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା ଗଣେଶ୍ୱର ମହାନ୍ତି। ଧାରଣା ସ୍ଥଳକୁ ଆସୁଥିବା ଛାତ୍ରୀମାନେ ଏପରି କହୁଥିବା ଗଣେଶ୍ୱର ଅଭିଯୋଗ କରିଛନ୍ତି। ସେପଟେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୋ’ ଝିଅ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ପଢ଼ୁଥିଲା। ସେ ଆଇଏଏସ୍ ଓ ଆଇପିଏସ୍ ହେବାକୁ ଲକ୍ଷ୍ୟ ରଖିଥିଲା।
ତା’ ପଢ଼ାକୁ କିନ୍ତୁ ତା’ର ୩ ସିନିୟର ଛାତ୍ରୀ ସହି ପାରୁନଥିଲେ। ବୟଫ୍ରେଣ୍ଡଙ୍କୁ ଧରି ହଷ୍ଟେଲ୍କୁ ଆସୁଥିଲେ। ହଷ୍ଟେଲ୍ ରୁମ୍ରେ ମଦ ପିଇବା ପରେ ମୋ ଝିଅକୁ ଗାଳି ଦେଉଥିଲେ। ଏକଥା କଲେଜ ଅଧ୍ୟକ୍ଷ, ହଷ୍ଟେଲ୍ ସୁପରିନ୍ଟେଣ୍ଡେଣ୍ଟ ଓ କେୟାର ଟେକର କେମିତି ଜାଣିପାରିଲେ ନାହିଁ? ଏମାନେ ସବୁ ଜାଣିଛନ୍ତି। ଏମାନଙ୍କୁ ନେଇ ପଚରାଉଚରା କରାଗଲେ ସବୁ କଥା ଜଣାପଡ଼ିବ। ମୋ ଝିଅକୁ ରାଗିଂ କରୁଥିବା ୩ ଛାତ୍ରୀଙ୍କୁ ସାମ୍ନାକୁ ଅଣାଯାଉ। ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ରୁଚିକାଙ୍କ ବାପା କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।