ଆମ ମୃତ ଦେହ ଯିବ, କିନ୍ତୁ ଆମେ ଯିବୁ ନାହିଁ: ୟୁକ୍ରେନ ଛାଡିବାକୁ ନାରାଜ ଭାରତୀୟ ଛାତ୍ରଛାତ୍ରୀ

କିବ୍‌ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଂକର ରୂପ ଧାରଣ କରିଛି । ସେପଟେ ସପ୍ତାହେ ହେଲା ରୁଷ୍‌ ଆକ୍ରମଣକୁ ଆହୁରି ଜୋରଦାର କରିଛି।

ଭାରତ ସରକାର ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିଦେବାପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। କିନ୍ତୁ ଭାରତୀୟ ଛାତ୍ର ୟୁକ୍ରେନ୍‌ ଛାଡ଼ିବାପାଇଁ ନାରାଜ। ଭାରତୀୟ ଛାତ୍ରମାନେ କହିଛନ୍ତି, ଆମକୁ କଫିନରେ ଫେରିବାକୁ ପଡ଼ିଲେ ବି ଆମେ ପଢ଼ା ଶେଷ କରିବୁ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ ହେବାପରେ ଭାରତ ସରକାରଙ୍କ ଦ୍ବାରା ୟୁକ୍ରେନ୍‌ରୁ ଉଦ୍ଧାର ହୋଇଥିବା ଭାରତୀୟ ମେଡିକାଲ ଛାତ୍ରମାନେ ଭାରତରେ ପଢ଼ିବାର କୌଣସି ସୁଯୋଗ ନପାଇ ପୁଣିଥରେ କିଛି ମାସ ତଳେ ୟୁକ୍ରେନ୍‌ ଚାଲି ଯାଇଥିଲେ। ଏବେ ୟୁକ୍ରେନରେ ଆକ୍ରମଣ ଜୋରଦାର ହୋଇଥିବାରୁ ଭାରତ ସରକାର ଭାରତୀୟ ଛାତ୍ରଙ୍କୁ ତୁରନ୍ତ ଫେରିବାପାଇଁ କହିଛନ୍ତି। କିନ୍ତୁ ଭାରତୀୟ ଛାତ୍ରମାନେ କହିଛନ୍ତି, ଆମେ ପଢ଼ା ଶେଷ କରିବାପରେ ହିଁ ଭାରତ ଫେରିବୁ। ଯଦି ଆମେ ଯୁଦ୍ଧରେ ମରିଯାଉ ତେବେ କଫିନରେ ଫେରିବୁ। ୟୁକ୍ରେନରେ ପଢ଼ୁଥିବା ଜଣେ ଭାରତୀୟ ଛାତ୍ର କହିଛନ୍ତି, ଭାରତ ସରକାର ତାଙ୍କୁ ଭାରତରେ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ସୁଯୋଗ ଦେଇପାରିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି। ତେଣୁ ସେମାନଙ୍କ ପାଖରେ ଆଉ କିଛି ବାଟ ନାହିଁ

Related Posts