ଆମ ଟିମ୍ ସହଜରେ ବିଶ୍ୱକପ ଜିତିଥାନ୍ତା, କିନ୍ତୁ ଏହି ପନୌତି ବ୍ୟକ୍ତି ଯାଇ ହରାଇ ଦେଲେ: ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ 6 ୱିକେଟ୍‌ରେ ହାରିଯାଇଥିଲା ଓ ଷଷ୍ଠ ଥର ପାଇଁ ବିଶ୍ୱକପ ହାତେଇଥିଲା ଅଷ୍ଟ୍ରେଲିଆ | ତେବେ ଘରୋଇ ମାଟିରେ ପୁରା ଟୁର୍ନାମେଣ୍ଟରେ ଅପରାଜୟ ଥିବା ଭାରତ ଫାଇନାଲରେ ହାରିବା ପରେ ଅନେକ ଲୋକ ହାରିବା ପଛର ଭିନ୍ନ ଭିନ୍ନ କାରଣ କହୁଛନ୍ତି | ହେଲେ କଂଗ୍ରେସ ନେତା ରହୁଲ ଗାନ୍ଧୀ ଭାରତର ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି। ଆଜି ରାଜସ୍ଥାନ ଜାଲୋରରେ ରାହୁଲ ଏକ ନିର୍ବାଚନୀ ରାଲିରେ ରାହୁଲ କହିଛନ୍ତି ଯେ, ଆମ ଟିମ୍ ସହଜରେ ଫାଇନାଲ ମ୍ୟାଚ୍ ଜିତିଯାଇଥାନ୍ତେ, ହେଲେ ପନୌତି ସେଠାକୁ ଯାଇ ଆମକୁ ହରାଇଦେଲେ।

ସେହିପରି ଆଉ ଏକ ରାଲିରେ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ କାମ ହେଲା ଲୋକଙ୍କ ଧ୍ୟାନ ହଟାଇବା ଓ ତାଙ୍କ ବନ୍ଧୁ ଆଦାନିଙ୍କ କାମ ହେଲା ଲୋକଙ୍କ ପକେଟରୁ ଲୁଟ କରିବା | ପ୍ରଧାନମନ୍ତ୍ରୀ ଲୋକଙ୍କ ଧ୍ୟାନ ହଟାଇବାକୁ କେତେବେଳେ ଟିଭିରେ ହିନ୍ଦୁ ମୁସଲିମ କରନ୍ତି ତ କେତେବେଳେ କ୍ରିକେଟ ମ୍ୟାଚ ଦେଖିବାକୁ ଚାଲି ଯାଆନ୍ତି | ଏଭଳି ସେ ଆମକୁ ବିଶ୍ୱକପ ମଧ୍ୟ ହରାଇ ଦେଇଛନ୍ତି | ଏହାସହିତ ମୋଦିଙ୍କୁ ରାହୁଲ ପନୌତି ବୋଲି କହିବା ସହିତ PM ର ଅର୍ଥ ପନୌତି ମୋଦୀ ବୋଲି କହି ଟାର୍ଗେଟ କରିଛନ୍ତି |

ତେବେ ରାଜସ୍ଥାନରେ ନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଚାଲିଥିବାବେଳେ ରାହୁଲଙ୍କ ମନ୍ତବ୍ୟର ଜବାବ ମୋଦି କିଭଳି ଢଙ୍ଗରେ ଦେଉଛନ୍ତି ଏବେ ତାହା ଦେଖିବାକୁ ବାକି ରହିଲା |

Related Posts