ଦେଶରେ କାୟା ମେଲାଉଛି ମହାମାରୀ: ଗତ 24 ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,157 ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା | ଉପର ତଳ ହେଉଥିବା କରୋନା ଗ୍ରାଫ୍ ଏବେ ପୁଣି ଉପର ମୁହାଁ ହେବାରେ ଲାଗିଛି | ଦେଶରେ ପୁଣି ଥରେ ସଂକ୍ରମଣ ବଢିବାକୁ ଲାଗିଛି | କିଛି ଦିନ କରୋନା ସଂକ୍ରମଣ ବଢିବା ପରେ ଏବେ ପୁଣି ବଢିବା ଆରମ୍ଭ କରିଛି | ତାସହ ବଢିବାକୁ ଲାଗିଛି ମୃତ୍ୟୁସଂଖ୍ୟା | ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୮୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୯୫୦୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୮ ହଜାର ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୩୮୬୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ଦେଶବ୍ୟାପୀ ସମୁଦାୟ ୧,୮୯,୨୩,୯୮,୩୪୭ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Related Posts