କୋଭିଡ଼ ପରିଚାଳନାକୁ ନେଇ ଵିଜେପି ଭିତରେ ଆକ୍ରୋଶ : ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଉପରେ ଵର୍ଷିଲେ ଦଳୀୟ ଵିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗୋଆରେ କୋଭିଡ୍ ପରିଚାଳନାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ଶାସକ ବିଜେପି ବିଧାୟକ। ଭାରତୀୟ ଜନତା ପାର୍ଟିର (ବିଜେପି) ବିଧାୟକ ଅଟାନାସିଓ ବାବୁସ ମାନସାରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କୋଭିଡ୍ ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସୁବିଧା ଯୋଗାଇବାରେ ବିଫଳ ହୋଇଥିବା କହିଛନ୍ତି । ଏଥିପାଇଁ ସେ ସିବିଆଇ ତଦନ୍ତ ଦାବି କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, “ଲୋକମାନେ ମରୁଛନ୍ତି ଏବଂ ଏହି ଲୋକମାନଙ୍କର (ସ୍ବାସ୍ଥ୍ୟ ମନ୍ତ୍ରୀ) ଟିକିଏ ବି ଦୁଃଖ ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ‘ ମୃତ୍ୟୁ ପାଇଁ ମୁଁ ଦୁଃଖିତ’ ବୋଲି କୌଣସି ବିବୃତ୍ତି ଆସିଛି କି ?” ମାନସେରାଟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ଆମ ଲୋକମାନେ ମରୁଥିବାରୁ ମୁଁ ବିବ୍ରତ କିନ୍ତୁ ଆମେ କିଛି କରିପାରୁ ନାହିଁ । ” ମାନସରାଟ କହିଛନ୍ତି ଯେ ଅନେକ ବିଜେପି ବିଧାୟକ ଏ ସମ୍ପର୍କରେ କହିବାକୁ ଚାହୁଁଛନ୍ତି କିନ୍ତୁ ରାଣେଙ୍କ “ପ୍ରକୃତି” ହେତୁ କହିବାକୁ ଡରୁଛନ୍ତି। ସେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏବଂ ତାଙ୍କୁ ବିଧାୟକ ମାନଙ୍କର ଏକ ବୈଠକ ଡାକିବାକୁ କହିଛନ୍ତି ଯାହା ଦ୍ବାରା ରାଣେଙ୍କୁ ଏହି କାର୍ଯ୍ୟ ଦିଆଯାଇପାରିବ। “.. ମୁଁ ଅନ୍ୟ ସମସ୍ତ ବିଧାୟକଙ୍କ ମତ ଜାଣିବାକୁ ଚାହୁଁଛି । ” ଅପରପକ୍ଷେ ନିଜ ଦଳର ବିଧାୟକଙ୍କ ଏହି ଭଳି ଅଭିଯୋଗ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ସାୱନ୍ତଙ୍କ ନିକଟରେ ଉତ୍ତରଦାୟୀ । ଯଦି ସେ କୌଣସି ଅଭିଯୋଗ କରିବାକୁ ଚାହାଁନ୍ତି, ତେବେ ମୁଁ ଏଥିରେ ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ ବୋଲି ରାଣେ କହିଛନ୍ତି। ମେ ୭ ରେ ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ସିଏନ୍ଏନ୍ କୁ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଇବା ପୂର୍ବରୁ ରାଜ୍ୟରେ ଲକଡାଉନ୍ ଲାଗୁ ନକରିବା ସରକାରଙ୍କ ତ୍ରୁଟି ଥିଲା। ବର୍ତ୍ତମାନ ଲାଗିଥିବା ଲକଡାଉନ୍ ବହୁ ପୂର୍ବରୁ ଲାଗୁ ହେବାର ଥିଲା। ସେ କହିଛନ୍ତି ଯେ ,” ମୁଁ ପରାମର୍ଶ ଦେଇଥିଲି ଯେ ଆମେ 15 ଦିନ ପାଇଁ କଡା ଲକଡାଉନ୍ ଲାଗୁ କରିବାକୁ। ଆମକୁ ଏକ ମାସ ପୂର୍ବରୁ ଏହାର ଆବଶ୍ୟକ ଥିଲା । ବେଳେବେଳେ ଆମେ ପ୍ରଶାସନ ସହ ଆଲୋଚନା କରି ନିଷ୍ପତ୍ତି ନେଇଥାଉ , ବହୁ କ୍ଷେତ୍ରରେ ପ୍ରଶାସକମାନେ ସନ୍ତୁଳନ ରଖନ୍ତି ଏବଂ ବେଳେବେଳେ ନିଷ୍ପତ୍ତି ନେବାରେ ତ୍ରୁଟି କରନ୍ତି ଏବଂ ମୁଁ ଭାବୁଛି ଏହା ହେଉଛି ସେହି ଭୁଲ୍ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଜି ଏଭଳି ସ୍ଥିତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜାନୁଆରୀରେ ଗୋଆକୁ ହଜାର ହଜାର ଲୋକ ବାହାରୁ ଆସୁଥିଲେ ଏବଂ ସେହି ସମୟରେ ରାଜ୍ୟରେ ବହୁତ କମ୍ ପ୍ରତିବନ୍ଧକ ରହିଥିଲା। ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ସମଗ୍ର ଦେଶରୁ ଗୋଆକୁ ଆସୁଥିଲେ। ଡିସେମ୍ବରରେ ପର୍ଯ୍ୟଟନ ଖୋଲିବା ସହିତ ଗୋଆରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଏବଂ ଆମେ ଦେଶର ସବୁଠାରୁ ଅଧିକ ପଜିଟିଭ ରିପୋର୍ଟ କରୁଛୁ। ” ସୋମବାର, ଅମ୍ଳଜାନ ଅଭାବରୁ ଗୋଟିଏ ଡାକ୍ତରଖାନାରେ 26 ରୋଗୀଙ୍କ ମୃତ୍ୟୁ ଘଟଥିଲା। ଏହା ପର ଠାରୁ ଗୋଆ ସରକାରଙ୍କ କୋଭିଡ୍ ପରିଚାଳନାକୁ ପ୍ରଶ୍ନ ଉଠୁଛି। ଆଜି ଗୋଆରେ 75 କୋଭିଡ୍ ଜନିତ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1,804 ରେ ପହଞ୍ଚିଛି। ରାଜ୍ୟରେ ଏବେ କରୋନାର 32,836 ଆକ୍ଟିଭ କେସ୍ ରହିଛି।

Related Posts