ଲିଷ୍ଟିଂ ହୋଇନଥିବାରୁ ବିଳମ୍ବ ହେବ ଚିଦାମ୍ବରମଙ୍କ ଯାଚିକାର ଶୁଣାଣି !

ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ମାମଲାର ଆଜି ଶୁଣାଣି କରିବେ । କିନ୍ତୁ ଯାଚିକା ଲିଷ୍ଟିଂ ହୋଇନଥିବାରୁ ଏ ଯାଏଁ ଶୁଣାଣି ଆରମ୍ଭ ହୋଇନାହିଁ ।

ଚିଦାମ୍ବରମଙ୍କ ଓକିଲ କପିଲ ଶିବଲଙ୍କ କହିବାନୁସାରେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରି ଦାୟର ଯାଚିକାକୁ ସୂଚୀବଦ୍ଧ କରାଯାଇ ନାହିଁ । ଏଥିପାଇଁ ରେଜିଷ୍ଟରଙ୍କୁ ଆବଶ୍ୟକୀୟ କାର୍ଯ୍ୟ କରିବାକୁ ହେବ । ଏବେ ଏହି ଯାଚିକା ଚିଫ ଜଷ୍ଟିସ ରଂଜନ ଗୋଗୋଇଙ୍କ ମଂଜୁରୀ ଅପେକ୍ଷାରେ ରହିଛି ।

ଏହା ପୂର୍ବରୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳଯ କୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ଚିଦାମ୍ବରମ ତଦନ୍ତରେ ସହଯୋଗ କରୁନଥିବା କହିଥିଲା ା

ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଉପରୋକ୍ତ ଯାଚିକା ସହ ସେହି ଯାଚିକା ଉପରେ ମଧ୍ୟ ଶୁଣାଣି କରିବେ ଯେଉଁଥିରେ ଚିଦାମ୍ବରମଙ୍କୁ ତଳ କୋର୍ଟ ଗିରଫ ୱାରେଂଟ୍ ଜାରି କରିବା ଓ ସିବିଆଇ ରିମାଣ୍ଡ ନେଇ ଅନୁମତି ଦେଇଥିଲେ । ତେବେ ଗତ ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତ ମନି ଲଣ୍ଡରିଂ ମାମଲାରେ ସୋମବାର ସୁଧା ଗିରଫ ହୋଇପାରିବେ ନାହିଁ ବୋଲି କହିଥିଲେ । ପୀଠ ଏହି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଜବାବ ମାଗିଥିଲେ । ଆହୁରି ମଧ୍ୟ ଆଜି ସୁଧା ସୂଚୀବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପୂର୍ବରୁ ହାଇକୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକାକୁ କୋର୍ଟ ୨୦ ଏବଂ ୨୧ ଅଗଷ୍ଟରେ ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ଏହାପରେ ସିବିଆଇ ଚିଦାମ୍ବରମଙ୍କୁ ୨୧ ତାରିଖରେ ଗିରଫ କରିଥିଲା । ତାଙ୍କୁ ୨୨ ଅଗଷ୍ଟରେ ତଳ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କୁ ସିବିଆଇ ୪ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଥିଲା ।

Related Posts