ମନମୋହନଙ୍କ ଠାରୁ ହଟାଇ ନିିଆଗଲା ଏସପିଜି ସୁରକ୍ଷା ବ୍ୟବସ୍ଥା

ସତ୍ୟପାଠ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ସ୍ପେଷାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜି ସୁରକ୍ଷା ବ୍ୟବସ୍ଥା ହଟାଇ ନିଆଯାଇଛି । ଏବେ ତାଙ୍କୁ କେବଳ ଜେଡ-ପ୍ଲସ୍ ସୁରକ୍ଷା ମିଳିବ । ଗୃହ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟକୁ ମୂଲ୍ୟାୟନ କରି ଏହି ନିଷ୍ପତି ନେଇଛି । ଏନେଇ ଏକ ବିବୃତି ଜାରୀ କରି ସୂଚନା ଦିଆଯାଇଛି । ମନମୋହନଙ୍କ ଜୀବନ ପ୍ରତି ବିପଦ କମ ଥିବାରୁ ଏସିପିଜି ସୁରକ୍ଷା ହଟାଇ ଦିଆଯାଇଥିବା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

ଏସପିଜି ହେଉଛି ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା । ଏଥିରେ କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ହୋଇଥାନ୍ତି । ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଏହି ସୁରକ୍ଷା ବ୍ୟବସ୍ଥା ହଟାଇବା ବା ବୃଦ୍ଧି କରିବା ଏକ ସାଧାରଣ ପ୍ରକ୍ରିୟା । ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ପରେ ଏନେଇ ନିଷ୍ପତି ନିଆଯାଇଥାଏ ।

Related Posts