ତିହାର ଜେଲରେ କଟିଲା ଚିଦାମ୍ବରମଙ୍କ ପ୍ରଥମ ରାତି

 ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ତିହାର ଜେଲ୍ ପଠାଇଦେଇଛି । ତିହାର ଜେଲ୍ ର ଗେଟ୍ ନମ୍ବର ୪ଟିରେ ପ୍ରବେଶ କରିଥିଲେ ଚିଦାମ୍ବରମ୍ । ଜେଲ୍ ରେ ରଖାଯିବା ଆଗରୁ ଚିଦାମ୍ବରମଙ୍କର ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଥିଲା ।

ତିହାର ଜେଲ୍ ରେ ଚିଦାମ୍ବରମ୍‌ଙ୍କୁ ଜେଲ୍ ନମ୍ବର ୭ ଏବଂ ଅଲଗା ବାରାକ୍ ରେ ରଖାଯାଇଛି । ତାଙ୍କୁ ଖାଇବାକୁ ରୁଟି, ଡାଲି, ଭାତ ଏବଂ ତରକାରୀ ଦିଆଯାଇଥିଲା । ଏହାସହ ଜରୁରୀ ଔଷଧ, ଚଷମା, ସୁରକ୍ଷା, ଓ୍ବେଷ୍ଟର୍ଣ୍ଣ ଟୟଲେଟ୍, ଟିଭି ଏବଂ ବହି ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜେଲ୍ ଅଧୀକ୍ଷକ କହିଥିଲେ ।

ତିହାର ଜେଲ୍ସୂଚନା ଅନୁସାରେ ତିହାର ଜେଲରେ ବିଚାରବିଭାଗୀୟ କଏଦୀଙ୍କ ଭଳି ଚିଦାମ୍ବରମ୍‌ଙ୍କୁ ସହ ମଧ୍ୟ ସମାନ ବ୍ୟବହାର କରାଯିବ । ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଜେଲ୍ ର ମାନୁଆଲ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇଦିଆଯିବ ।

ଜେଲ୍ ମାନୁଆଲ ହିସାବରେ ଚିଦାମ୍ବରମ୍‌ଙ୍କୁ ରାତି ୯ଟାରେ ବାରକ୍ ରଖାଯାଇଥିଲା । ସକାଳ ୬ଟାରୁ ୭ ମଧ୍ୟରେ ଉଠାଇଦିଆଯାଇଥିଲା । ସକାଳ ଜଳଖିଆରେ ଦଲିଆ, ବ୍ରେଡ୍ ଚା ଏବଂ ବିସ୍କୁଟ ଦିଆଯାଇଥିଲା ।

Related Posts