ପଦ୍ମପୁର ଉପନିର୍ବାଚନ; ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି, ପ୍ରଚାର ମଙ୍ଗ ଧରିବେ ନବୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ପରେ ଏବେ ପ୍ରଚାର ପାଇଁ ଆରମ୍ଭ ହୋଇଯାଇଛି ସଜବାଜ । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଚାର ପାଇଁ ସମସ୍ତ ଦଳ କଷରତ ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ବିଜୁ ଜନତା ଦଳ ପକ୍ଷରୁ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ତେବେ ପଦ୍ମପୁରରେ ମଧ୍ୟ ଦଳର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ।

ଏହା ବ୍ୟତୀତ ଏହି ତାଲିକାରେ ଅନ୍ୟ ନେତା ମାନଙ୍କ ମଧ୍ୟରେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ସିଂହ, ଅରୁଣ ସାହୁ, ନବ ଦାସ୍, ସମୀର ଦାସ , ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ ପ୍ରମୁଖ ସାମିଲ ଅଛନ୍ତି। ସେହିଭଳି ଦଳ ପକ୍ଷର ଏହି ଷ୍ଟାର ପ୍ରଚାରକ ତାଲିକାରେ ଅଭିନେତା ଅରିନ୍ଦମ ରାୟ, ଆକାଶ ଦାସ ନାୟକ ଓ କୁନା ତ୍ରିପାଠୀ ପ୍ରମୁଖ ଙ୍କୁ ସାମିଲ କରାଯାଇଛି। ମାତ୍ର ଏହି ତାଲିକାରୁ ପ୍ରଣବ ବଳବନ୍ତ ରାୟ, ବ୍ୟୋମକେଶ ରାୟ ପ୍ରମୁଖ ଙ୍କୁ ବାଦ୍ ଦିଆଯାଇଛି । ଏମାନଙ୍କୁ ଧାମନଗର ଉପନିର୍ବାଚନ ପରାଜୟ ପାଇଁ ତାଲିକାରୁ ବାଦ୍ ଦିଆଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେଡି ଏଠାରେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଝିଅ ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ କରିଛି। ବର୍ଷାଙ୍କ ପାଇଁ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ପଦ୍ମପୁରରେ ପ୍ରଚାର କରିବେ। ଆସନ୍ତା ୫ ତାରିଖରେ ପଦ୍ମପୁରରେ ଭୋଟ୍ ପଡିବାକୁ ଥିବାବେଳେ, ୮ ତାରିଖରେ ଫଳାଫଳ ଘୋଷଣା ହେବ।

Related Posts