ପଦ୍ମପୁର ଉପନିର୍ବାଚନ; ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୭,୪୪୫ ଭୋଟରେ ଆଗୁଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନର ଚାଲିଛି ଭୋଟ ଗଣତି । ଧୀରେ ଧୀରେ ଟ୍ରେଣ୍ଡରେ ଆଗକୁ ବଢୁଛି ବିଜୁ ଜନତା ଦଳ। ବର୍ତ୍ତମାନ ସୁଦ୍ଧା ୯ଟି ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ଅଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଛରେ ଚାଲିଛନ୍ତି । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ ୧୭,୪୪୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି।

୯ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୪୮୫୮୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୧୧୪୩ ଖଣ୍ଡ ଭୋଟ ପାଇଛନ୍ତି ।ସେହିପରି କଂଗ୍ରେସ ପ୍ରାର୍ଥୀ ୧୭୯୬ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୧୩୮୫ ଖଣ୍ଡ ଭୋଟ ପାଇଛନ୍ତି ।

୯ମ ରାଉଣ୍ଡ ଫଳାଫଳ :

ବିଜେଡି : ୪୮୯୭
ବିଜେପି : ୨୯୯୩
କଂଗ୍ରେସ : ୧୬୨
ବିଜେଡି ମୋଟ ୧୭,୪୪୫ ଭୋଟରେ ଆଗୁଆ

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାପଳା ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

Related Posts