ପଦ୍ମପୁର ନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ପଦ୍ମପୁର ନିର୍ବାଚନକୁ ନେଇ ଜମୁଛି ପ୍ରଚାର । ତେବେ ଏହି ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏଥିପାଇଁ ପ୍ରଚାରର ଶେଷ ତାରିଖ ୩ ତାରିଖ ରହିଛି। ଏହାପୂର୍ବ ଦିନ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରର ତିନୋଟି ବ୍ଲକ ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ସମାବେଶ କରିବେ ବୋଲି ସୂଚନା ରହିଛି।

ଜନସଭା ଜରିଆରେ ନବୀନ ଦଳୀୟ ପ୍ରାର୍ଥୀ ବର୍ଷା ବରିହା ପାଇଁ ଭୋଟ୍ ମାଗିବେ।ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନେଇ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ। ନିର୍ବାଚନ ପାଇଁ ପ୍ରଚାରକ ତାଲିକା ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ପ୍ରଚାର ମୈଦାନକୁ ଓହ୍ଲାଇବେ କି ନାହିଁ ସେ ନେଇ ଚର୍ଟ୍ଟା ହେଉଥିଲା।

ଏହି ଉପନିର୍ବାଚନରେ ବିଜେପି ମଧ୍ୟ ନଜର ସମସ୍ତ ଶକ୍ତି ପ୍ରଦର୍ଶନ କରିଛି। ଚାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ନରେନ୍ଦ୍ର ସିଂହ ତୋମାର, ବିଶ୍ବେଶ୍ବର ଟୁଡୁଙ୍କ ସମେତ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଜୁଏଲ ଓରାମ ପ୍ରଚାର କରିଛନ୍ତି।କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।

Related Posts