(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପାଦ୍ରି ଜର୍ଜ ପୋନ୍ନୌୟାଙ୍କୁ ଅପମାନଜନକ ଟିପ୍ପଣୀ ଦେବା ପଡିଲା ମହଙ୍ଗା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଡିଏମକେ ନେତାମାନଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ତେବେ ପାଦ୍ରି ଜଣଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ, ଭାରତ ମାତା ଏବଂ ଡିଏମକେ ନେତାମାନଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ପାଦ୍ରିଙ୍କ ବିରୋଧରେ ସାମ୍ପ୍ରଦାୟକ ଦଙ୍ଗା ବଢାଇବାର ଚେଷ୍ଟା କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।
ଅପରିପକ୍ଷେ ମାମଲା ବଢୁଥିବାର ଦୃଷ୍ଟିରେ ରଖି ପାଦ୍ରି ଜଣଙ୍କ ନିଜ ଶବ୍ଦକୁ ଫେରାଇ ଆଣିବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ପୁଲିସ ତାଙ୍କୁ ଆଜି ଗିରଫ କରିଥିଲେ । ଅନ୍ୟପଟେ ଏହାକୁ ନେଇ ପୁଲିସ ପକ୍ଷରୁ କିଛି ଅଲଗା ବୟାନ ମିଳିଥିଲା । ସମ୍ପୃକ୍ତ ପାଦ୍ରି ଜଣଙ୍କ ଦେଶ ଛାଡି ପଳାଇବାର ଯୋଜନା କରୁଥିବାର କହିଛି ପୁଲିସ । ମଦୁରୌ ପୁଲିସ ପାଦ୍ରି ଜଣଙ୍କୁ ଗିରଫ କରିବା ପରେ ନାଗରାକୋଇଲ ପୁଲିସକୁ ହସ୍ତାନ୍ତର କରିଦେଇଛି ।
ତେବେ କନ୍ୟାକୁମାରି ଜିଲ୍ଲାର ଅରୁମନା ଠାରେ ମୁସଲମାନ ଓ ଇସାଇ ମିଶି ଏକ କାର୍ଯ୍ୟକ୍ରମରେ ଗଣତନ୍ତ୍ର ବିଷୟରେ ପାଦ୍ରି ଜଣଙ୍କ ଭାଷଣ ଦେଇଥିଲେ । ସେ କହିଥିଲେ ଭକ୍ତ ଏବଂ ହିନ୍ଦୁମାନେ ତମକୁ ଜିତାଇ ନାହାଁନ୍ତି । ଡିଏମକେର ବିଜୟ ମୁସଲମାନ ଏବଂ ଇସାଇ ମାନଙ୍କର ଭିକ୍ଷା ଅଟେ । ଏହାକୁ ଛାଡି ପାଦ୍ରି ଜଣଙ୍କ ଭାରତମାତା , ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଅପମାନଜନକ ଟିପ୍ପଣୀ ଦେଇଥିଲେ ।