ବାଂଲାଦେଶକୁ ୫ ୱିକେଟ୍‌ରେ ପରାସ୍ତ କଲା ପାକିସ୍ତାନ: ସେମି-ଫାଇନାଲ୍‌ସ୍‌ରେ ରଖିଲା ପାଦ

ଆଡିଲେଡ୍‌: ଆଜି ଆଡିଲେଡ୍‌ ଓଭାଲ୍‌ରେ ବାଂଲାଦେଶକୁ ୫ ୱିକେଟ୍‌ରେ ପରାସ୍ତ କରିଛି ପାକିସ୍ତାନ। ଏହି ସଫଳତା ପାକିସ୍ଥାନକୁ ‘ସୁପର୍‌ ୧୨ ଗ୍ରୁପ୍‌ ୨’ରୁ ‘୨୦୨୨ ଟି୨୦ ବିଶ୍ବକପ୍‌’ ସେମି-ଫାଇନାଲ୍ସ୍‌ରେ ପହଞ୍ଚାଇଛି। ଭାରତ ସହିତ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛି ପାକିସ୍ତାନ।

ଆଜି ଏହି ସ୍ଥାନରେ ଦକ୍ଷିଣ ଆଫ୍ରିକା ନେଦର୍‌ଲାଣ୍ଡ୍‌ସ୍‌ଠାରୁ ପରାସ୍ତ ହେବାରୁ ଶେଷ ୪ର୍ଥ ପର୍ଯ୍ୟାୟରେ ସେମି-ଫାଇନାଲ୍‌ସ୍‌ରେ ପ୍ରବେଶ କରିବାକୁ ପାକିସ୍ତାନକୁ ସୁବର୍ଣ୍ଣ ସୁଯୋଗ ମିଳିଯାଇଥିଲା। ବାବର୍‌ ଆଜମ୍‌ ନେତୃତ୍ବାଧୀନ ପାକିସ୍ତାନ ଟିମ୍‌ ନିମନ୍ତେ ଏହା ହେବା ସେମି-ଫାଇନାଲ୍‌ସ୍‌’ରେ ସେମାନଙ୍କର କ୍ରମାଗତ ଦ୍ବିତୀୟ ଆବିର୍ଭାବ।

ଆଜିର ମ୍ୟାଚ୍‌ରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବା ପରେ ବାଂଲାଦେଶ ଓପେନର୍‌ ନାଜ୍‌ମୁଲ୍‌ ହୁସେନ୍‌ ଶାନ୍ତୋ ୫୪ ରନ୍‌ କରିଥିବା ବେଳେ ଆଫିଫ୍‌ ହୁସେନ୍‌ ୨୪ ରନ୍‌ କରି ଅପରାଜିତ ଥିଲେ। ଏହିପରି, ବାଂଲାଦେଶ ୮ ୱିକେଟ୍‌ ବିନିମୟରେ ୧୨୭ ରନ୍‌ ସଂଗ୍ରହ କରିଥିଲା।

ପରେ, ପାକିସ୍ତାନ ଟାର୍ଗେଟ୍‌ ହାସଲ କରିବା ଲାଗି ଉଦ୍ୟମ କରି ୧୮.୧ ଓଭର୍‌ ଖେଳି ୫ ୱିକେଟ୍‌ରେ ୧୨୮ ରନ୍‌ କରିଥିଲା। ମହମ୍ମଦ୍‌ ରିଜ୍‌ୱାନ୍ ବଲ୍‌ପିଛା ରନ୍‌ ସଂଗ୍ରହ କରି ୩୨ ରନ୍‌ ସଂଗ୍ରହ କରିଥିବା ବେଳେ ମହମ୍ମଦ୍‌ ହାରିସ୍‌ ୧୮ଟି ବଲ୍‌ ଖେଳି ୩୧ ରନ୍‌ ସଂଗ୍ରହ କରିଥିଲେ।

Related Posts