ଆସନ୍ତା ସପ୍ତାହରେ ଦୁଇ ଦିନିଆ ଚାଇନା ଗସ୍ତରେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଜିନ୍‌ପିଙ୍ଗ୍‌ ଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ: ଚାଇନା ଗସ୍ତରେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ । ଆସନ୍ତା ସପ୍ତାହରେ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବେ।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା ଉପରେ ସମୀକ୍ଷା କରିବେ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ବିକାଶ ଉପରେ ମତ ବିନିମୟ କରିବେ।

ଚାଇନାର କମ୍ୟୁନିଷ୍ଟ ପାର୍ଟିର ନିକଟରେ ଶେଷ ହୋଇଥିବା ଐତିହାସିକ ୨୦ ତମ ଜାତୀୟ କଂଗ୍ରେସ ପରେ ଶରିଫ ପ୍ରଥମ ବିଦେଶୀ ନେତାଙ୍କ ମଧ୍ୟରେ ରହିବେ।

ଶରିଫଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଋଣ ପରିଶୋଧ କରିବା ଏବଂ ବାଣିଜ୍ୟ ନିଅଣ୍ଟକୁ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପାକିସ୍ତାନ ଚେଷ୍ଟା କରୁଛି। ପ୍ୟାରିସ କ୍ଲବ ଦେଶଗୁଡ଼ିକର ମିଳିତ ଭାବେ ୧୦.୭ ବିଲିୟନ ଡଲାର ଋଣ ଅଛି।

ପ୍ୟାରିସ କ୍ଲବ ହେଉଛି ପ୍ରମୁଖ ଋଣଦାତା ଦେଶଗୁଡ଼ିକର ଅଧିକାରୀମାନଙ୍କର ଏକ ଗୋଷ୍ଠୀ। ଯାହାଙ୍କ ଭୂମିକା ଋଣଗ୍ରସ୍ତ ଦେଶମାନଙ୍କ ଦ୍ୱାରା ଅନୁଭୂତ ହୋଇଥିବା ଦେୟ ଅସୁବିଧାଗୁଡ଼ିକର ସମନ୍ବିତ ଏବଂ ସ୍ଥାୟୀ ସମାଧାନ ଖୋଜିବା। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ପାକିସ୍ତାନର ମୋଟ୍‌ ଅଣ-ପ୍ୟାରିସ କ୍ଲବ ଦ୍ୱିପାକ୍ଷିକ ଋଣ ବର୍ତ୍ତମାନ ୨୭ ବିଲିୟନ ଡଲାର ଅଟେ। ଯେଉଁଥିରୁ ଚାଇନାର ଋଣ ପ୍ରାୟ ୨୩ ବିଲିୟନ ଡଲାର ଅଟେ।

ଆସନ୍ତା ନଭେମ୍ବର୧-୨ରେ ପ୍ରଧାନମନ୍ତ୍ରୀ ଚାଇନା ଗସ୍ତ କରିବେ। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି, ଶରିଫ ତାଙ୍କ ଚାଇନା ପ୍ରତିପକ୍ଷ ଲି କେକ୍ୱିଆଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଏହି ଗସ୍ତ କରୁଛନ୍ତି।

Related Posts