ପାଳଲହଡା: ଅଙ୍ଗନବାଡି କେନ୍ଦ୍ରରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତ ଗିରଫ

ପାଳଲହଡା (24/02): ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତ ର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ଅର୍ଥାତ ୨୦ ତାରିଖ ସନ୍ଧ୍ୟା ରେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଅତି ବିଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ସେହି ନନ୍ଦିନୀପାଲି ଗାଁର ଅଜୁ ନାଏକ (୨୦) ବୋଲି ପୋଲିସ ସୂଚନା ଦେଇଛି | କୋର୍ଟ ଚାଲାଣ ପରେ ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠା ଯାଇଛି | ମହିଳାଙ୍କ ମୃତଦେହ ଅଙ୍ଗନବାଡି କେନ୍ଦ୍ର ରୁ ଠାବ ହେବାପରେ ଅଭିଯୁକ୍ତ କୁ ଧରିବା ପାଇଁ ଚାରିଆଡେ ଜାଲ ବିଛାଇ ଥିଲା | ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଅଙ୍ଗନବାଡ଼ି ଘରୁ ଠାବ ହେବା ପରେ ଡଗ ସ୍କ୍ୱାର୍ଡ ଠାରୁ ଆରମ୍ଭ କରି, ସାଇଣ୍ଟିଫିକ ଟିମ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଂଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲେ|

ମହିଳା ଜଣକୁ କେଉଁ ପରିପ୍ରେକ୍ଷୀରେ ଅତି ବିଭତ୍ସ ଭାବେ କିଏ ଓ କାହିଁକି ମାରିଲା ? ଅପରାଧୀ ଏକ ନା ଏକାଧିକ ? ମହିଳା ରମ୍ଭା ନାୟକଙ୍କ ମୃତଦେହ ନିକଟରେ ପଡ଼ିଥିବା ଅନ୍ତ ନଳୀ ଓ ଗର୍ଭାଶୟ ରୁ ପ୍ରଥମେ ଏହା ଗଣ ଦୁଷ୍କର୍ମ ବୋଲି ଆଶଙ୍କା କରାଯାଉଥିଲା | ଏତେ ସବୁ ପ୍ରଶ୍ନ ଉପରୁ ପରଦା ହଠାଇଛି ପାଳଲହଡା ପୋଲିସ | ସୋମବାର ସୁଦ୍ଧା ତଦନ୍ତ ଅନୁସାରେ ଅଜୁ ନାଏକ ହିଁ ରମ୍ଭା ନାୟକକୁ ଧର୍ଷଣ କରିବା ପରେ ବିଭତ୍ସ ଭାବେ ହତ୍ୟା କରିଛି ବୋଲି ତଦନ୍ତ କାରି ଅଫିସର ପାଳଲହଡା ଏସଡିପିଓ କୈଳାଶ ଚନ୍ଦ୍ର ସେଠି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି|

ରିପୋର୍ଟ: ସୁବ୍ରତ ଦାସ

Related Posts