ପଞ୍ଚାୟତ ନିର୍ବାଚନ ଫଳାଫଳ: ମାଡି ଚାଲିଛି ବିଜେଡ଼ି, ରଚିବ ଇତିହାସ

ଖୋଲୁଛି ଭୋଟ ବାକ୍ସ । ପ୍ରାର୍ଥୀଙ୍କ ଭବିଷ୍ୟତର ପେଡ଼ି ଖୋଲୁଛି । କୋଉଠି ଖୁସିର ମାହୋଲ ତ ଆଉ କେଉଁଠି ଉଦାସୀନତାର । ତାହାରି ଭିତରେ ଚାଲିଛି ଭୋଟ ଗଣତି । ସେପଟେ ବିଜେଡ଼ି ନୂଆ ଇତିହାସ ଲେଖିଛି । ଚଳିତ ନିର୍ବାଚନ ରେ ବିଜେଡ଼ି ବହୁତ୍ ଆଗରେ ଲିଡ କରୁଛି। ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୭ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୫୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୯ ଏବଂ କଂଗ୍ରେସ ୨୯ ଜୋନରେ ଆଗୁଆ ରହିଛି । ସେହିପରି ୭ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେହିପରି ଏଥର ବିଜେପି ଓ କଂଗ୍ରେସ ବିଜେଡିଠୁ ବହୁ ପଛରେ ରହିଛନ୍ତି । ବିଜେପି ୧୫ ଓ କଂଗ୍ରେସ ୨୦ ଜିଲ୍ଲାରେ ଖାତା ଖୋଲିପାରିନି । ଏହି ସବୁ ଜିଲ୍ଲାରେ ବିଜେଡି କ୍ଲିନ ସୁଇପ ମୁହାଁ ହେଉଛି ବିଜେଡି । ତେବେ ଯଦି ଏଭଳି ଟ୍ରେଣ୍ଡ ଜାରି ରହିଥିବ ତାହେଲେ ଏଥର ବିଜେଡି ଏକ ବଡ ବିଜୟ ହାସଲ କରିବ । ସେପଟେ ଏହି ବିଜୟ କୁ ନେଇ ବିଜେଡି ମହଲ ରେ ଖୁସିର ଲହରୀ ଖେଳିଯାଇଛି । ଉତ୍ସବ ଆରଂଭ ହୋଇଯାଇଛି ।

Related Posts