ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ମୋଟ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ସେପଟେ ଏଥର ନିର୍ବାଚନରେ ଅନେକ ସ୍ଥାନମାନଙ୍କରେ ହିଂସା ଦେଖିବାକୁ ମିଳିଥିଲା । ଏପରିକି ହିଂସା ପାଇଁ ଭୋଟିଂକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା । ଏହା ମଧ୍ୟରେ ଆଜି ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି ।

ଶେଷ ପର୍ୟ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦ ଶତକଡ଼ା ମତଦାନ ହୋଇଥିବା ଜଣା ପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇନି । ରାଜ୍ୟର ଅଳ୍ପ କିଛି ସ୍ଥାନରେ ନିର୍ବାଚନ ବେଳେ ବିଶୃଙ୍ଖଳା ହୋଇଥିବା ସୂଚନା ମିଳିଛି ।