
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଚାରର ଶେଷ ଦିନରେ ମଇଦାନକୁ ଓହ୍ଲାଇଲେ ହେଭିୱେଟ ନେତା । ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ରହିଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓ ବିଜେପିର ଖାରବେଲ ସ୍ୱାଇଁ । ତେବେ କନ୍ଧମାଳ ଜିଲ୍ଲା ର ୧୮ ଟି ଜିଲ୍ଲାପରିଷଦ ଆସନ ହାତେଇବା ପାଇଁ ଦୁଇ ହେବିୱେଟ ନେତା ଜୋରଦାର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିଛନ୍ତି । ବିଜେପିର ମଙ୍ଗ ଧରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି ।
ସେହିପରି କଂଗ୍ରେସ ର ମଙ୍ଗ ଧରିଛନ୍ତି କନ୍ଧମାଳ ଜିଲ୍ଲା ପ୍ରଭାରୀ ଭିଷ୍ମ ମହାପାତ୍ର । ୩ ଦଳର ହେଭିୱେଟ ନେତା ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ମାଲକାନଗିରି ଜିଲ୍ଲାରେ ଗଡ଼ ସଜାଡିବାକୁ ଉଦ୍ୟମ କରୁଛି ଶାସକ ଦଳ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରଚାର କରିଛନ୍ତି । ଏହା ସହ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ମାଲକାନଗିରି ଜିଲ୍ଲାରେ ପ୍ରଚାରର ମଙ୍ଗ ଧରିଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ ପଂଚାୟତ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବିଜେଡି । ତେଣୁ ଦଳ ଏଥର ଜିଲ୍ଲା ପରିଷଦ ଗଠନ କରିବାକୁ ଦଳର ତୁଙ୍ଗ ନେତାମାନେ ମାଲକାନଗିରି ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ।