ସେପ୍ଟେଟର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଜେଲ ମିଆଦ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅଭିଯୋଗରେ ଜେଲ୍ ରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଜେଲ ମିଆଦ ବୃଦ୍ଧି ପାଇଛି। ଆଗାମୀ ସେପ୍ଟେଟର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରି କରିଛନ୍ତି ମାନ୍ୟବର କୋର୍ଟ ।

ପୂର୍ବରୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଗତ ଅଭିଯୋଗ ଫର୍ଦ୍ଦ ଭିତ୍ତିରେ କୋଲକାତାର ଏକ ନିବାରଣ ମନି ଲଣ୍ଡରିଂ ଆକ୍ଟ କୋର୍ଟ କୋଲକାତାର ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପ୍ରଥମେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ଏହି ଜେଲ ମିଆଦକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଜେଲ ମିଆଦର ସମୟ ସୀମା ଶେଷ ହେଉଥିବା ବେଳେ କୋଲକାତାର ଏକ ସ୍ୱତନ୍ତ୍ର ଅଦାଲତ ଏମାନଙ୍କ ଜେଲ ମିଆଦକୁ ପୁଣିଥରେ ଆଗାମୀ ସେପ୍ଟେଟର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି।

ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏହି ଘୋଟାଲାରେ ପାର୍ଥ ଚାଟାର୍ଜୀଙ୍କ ସହ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଜଡିତ ଥିବା ଜଣାପଡ଼ିବା ପରେ ଇଡି ଅନେକ ପରିସରରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କରିଥିଲା ।

Related Posts