ଦୁର୍ନୀତି ଅଭିଯୋଗରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ପାର୍ଥ ଚାଟାର୍ଜୀ ପୁଣି ଟିଏମସିକୁ ଫେରି ପାରିବେ : ଅଭିଷେକ ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରାଳୟରୁ ହଟାଇ ଦିଆଯାଇଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଟିଏମସି ପାର୍ଥ ଚାଟାର୍ଜୀଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛି।ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଯଦି ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିବ। ସେ ଚାହିଁଲେ ଦଳକୁ ଫେରିପାରିବେ।

ଭବିଷ୍ୟତରେ ଏପରି ପରିସ୍ଥିତି ଯେପରି ନହୁଏ ସେଥିପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି। ଏତେ ଟଙ୍କା କେଉଁଠୁ ଆସିଛି, ସମ୍ପତ୍ତିର ଉତ୍ସ ଅନୁସନ୍ଧାନ କରାଯିବା ଉଚିତ୍। ଯେଉଁଠାରୁ ନଗଦ ଟଙ୍କା ମିଳିଥିଲା ​​ସେହି ଘରର ମାଲିକଙ୍କ ଦଳ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି।ସେ ଆହୁରି କହିଛନ୍ତି, ଆମେ ଦାବି କରୁଛୁ ଯେ ଟିଏମସିରୁ ଯାଇଥିବା ବିଜେପି ନେତାମାନଙ୍କ ଉପରେ ମଧ୍ୟ ଅନୁସନ୍ଧାନ କରାଯାଉ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆମେ ଅନିୟମିତତାର କୌଣସି ଅନୁସନ୍ଧାନର ବିରୋଧୀ ନୁହଁ, କିନ୍ତୁ ସମସ୍ତଙ୍କର ଯାଞ୍ଚ ହେବା ଉଚିତ୍ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଉଚିତ୍ ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି।

Related Posts