ଆଜିଠୁ ଭୁବନେଶ୍ୱରରେ ଗଡିବ ଇ-ବସ ଏବଂ ଇ-ରିକ୍ସା; ଅପରାହ୍ନ ୫ଟାର ପତାକା ଦେଖାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ ବିମାନ ବନ୍ଦର ରାସ୍ତାରେ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ ଓ ବାୟୁ ପ୍ରଦୂଷଣକୁ ରୋକି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କ୍ରୁଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ କରିବ। ଏଥିପାଇଁ କ୍ରୁଟ ୧୦ ଇ-ବସ ଆଣି ପରୀକ୍ଷା ମୂଳକ ଭାବେ ସହରର ବିଭିନ୍ନ ମାର୍ଗରେ ଚଳାଚଳ କରୁଛନ୍ତି। ଇ-ବସରେ ବାଲିବସ୍ତା ରଖି ଚଳାଚଳ କରୁଥିବା ବେଳେ ଶୁକ୍ରବାରଠାରୁ ଏହି ବସ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ରାଜଧାନୀରେ ମୋଟ ୫୦ଟି ଇ-ବସ ଚଳାଇବାକୁ କ୍ରୁଟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଇ-ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୪୦ ଇ-ବସ ଆଣି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

Related Posts